ଆସାଦୁଦ୍ଦିନ ଏକ ଲଗାମହୀନ ଷଣ୍ଢ

ହାଇଦରାବାଦ: ଆସାଦୁଦ୍ଦିନ ଓୱେସି ଏକ ଲଗାମହୀନ ଷଣ୍ଢ । ଏଆଇଏମଆଇଏମ ହେଉଛି ବିଜେପିର ‘ବି’ ଟିମ୍‍ ବୋଲି କୃଷକ ନେତା ରାକେଶ ଟିକାୟତ କହିଛନ୍ତି । ଏଠାରେ କୃଷକମାନଙ୍କର ଏକ ସମାବେଶରେ ଯୋଗଦେବା ଅବସରରେ ଶ୍ରୀ ଟିକାୟତ ଆସାଦୁଦ୍ଦିନଙ୍କ ନାମ ନନେଇ ତାଙ୍କୁ ଏକ ଲଗାମହୀନ ଷଣ୍ଢ ବୋଲି କହି ତାତ୍ସଲ୍ୟ କରିଛନ୍ତି । ଏଥିସହିତ ତାଙ୍କର ଦଳ ମଜଲିସ ଇ ଇତ୍ତେହାଦୁଲ ମୁସଲିମିନ ବିଜେପିର ‘ବି’ ଟିମ୍‍ ବୋଲି ସେ କହିଛନ୍ତି । ସମାବେଶରେ ଉଦବୋଧନ ଦେଇ ସେ କହିଥିଲେ, ଆପଣମାନଙ୍କ ସହିତ ଏଠାରେ ଏକ ଲଗାମହୀନ ଷଣ୍ଢ ରହୁଛନ୍ତି ଯିଏ ବିଜେପିକୁ ସହାୟତା କରୁଛନ୍ତି । ତାଙ୍କୁ ଏହିଠାରେ ବାନ୍ଧି ପକାନ୍ତୁ । ତାଙ୍କୁ ଖୋଲାରେ ଛାଡନ୍ତୁ ନାହିଁ । ସେ ଗୋଟିଏ କଥା କହୁଥିବାବେଳେ ତାଙ୍କ ମନ ଭିତରେ ଭିନ୍ନ ଲକ୍ଷ୍ୟ ରହିଥାଏ । ସେ ଏହା ମଧ୍ୟ କହିଥିଲେ ଯେ ଓୱେସି ହେଉଛନ୍ତି ବିଜେପିର ଚାଚା ଜାନ୍‍ । ସେ ଭାରତରେ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ବିଭାଜନ ସୃଷ୍ଟି ପାଇଁ ଉଦ୍ୟମ କରୁଛନ୍ତି । ଆମେ ରୋଗର ନାମ ନେଉନାହୁଁ । କିନ୍ତୁ ଯେଉଁଠାରେ ନିର୍ବାଚନ ହୁଏ, ସେ ସେଠାକୁ ଯାଆନ୍ତି । ଏବେ ସେ ଉତ୍ତର ପ୍ରଦେଶରେ ଅଛନ୍ତି ।

Comments are closed.