ଅକ୍ଟୋବର ସୁଦ୍ଧା ରାଜସ୍ବ ସଂଗ୍ରହ ପରିମାଣ ୭ ଲକ୍ଷ ୮ ହଜାର ୩୦୦ କୋଟି

କେନ୍ଦ୍ର ସରକାର ୨୦୨୦-୨୧ ଆର୍ଥିକ ବର୍ଷର ଅକ୍ଟୋବର ମାସ ସୁଦ୍ଧା ୭ ଲକ୍ଷ ୮ ହଜାର ୩୦୦ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରିଛନ୍ତି। ଏଥିମଧ୍ୟରୁ ୫ ଲକ୍ଷ ୭୫ ହଜାର ୬୯୭ କୋଟି ଟଙ୍କା ଟିକସ ରାଜସ୍ୱ, ୧ ଲକ୍ଷ ୧୬ ହଜାର ୨୦୬ କୋଟି ଟଙ୍କା ଅଣଟିକସ ରାଜସ୍ୱ ଏବଂ ୧୬ ହଜାର ୩୯୭ କୋଟି ଟଙ୍କା ଅଣ ଋଣ ପୁଞ୍ଜି ସଂଗ୍ରହ ରହିଛି। ଅଣ ଋଣ ପୁଞ୍ଜି ସଂଗ୍ରହରେ ଋଣ ଆଦାୟ ବାବଦକୁ ୧୦ ହଜାର ୨୧୮କୋଟି ଟଙ୍କା ଏବଂ ପୁଞ୍ଜି ପ୍ରତ୍ୟାହାର ବାବଦକୁ ୬ ହଜାର ୧୭୯ କୋଟି ଟଙ୍କା ସାମିଲ ରହିଛି।

ଏହି ଅବଧି ସୁଦ୍ଧା ଟିକସ ସ୍ୱରୂପ ରାଜ୍ୟ ସରକାରମାନଙ୍କୁ ୨ ଲକ୍ଷ ୯୭ ହଜାର ୧୭୪ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି ଯାହା ଗତବର୍ଷ ତୁଳନାରେ ୬୯,୬୯୭କୋଟି ଟଙ୍କା କମ ବୋଲି ଜଣାପଡ଼ିଛି। ସରକାରଙ୍କର ମୋଟ ବ୍ୟୟ ୧୬ ଲକ୍ଷ ୬୧ ହଜାର ୪୫୪ କୋଟି ଟଙ୍କା ଥିଲା, ଯେଉଁଥିରୁ ୧୪ ଲକ୍ଷ ୬୪ ହଜାର ୯୯ କୋଟି ଟଙ୍କାର ରାଜସ୍ୱ ଖାତାରୁ ଏବଂ ୧ଲକ୍ଷ ୯୭ ହଜାର ୩୫୫ କୋଟି ଟଙ୍କା ପୁଞ୍ଜି ଖାତାରୁ କରାଯାଇଛି। ମୋଟ ରାଜସ୍ୱ ବ୍ୟୟ ମଧ୍ୟରୁ ୩ ଲକ୍ଷ ୩୩ ହଜାର ୪୫୬ କୋଟି ଟଙ୍କା ସୁଧ ପରିଶୋଧ ଆକାରରେ କରାଯାଇଥିବା ବେଳେ ୧ ଲକ୍ଷ ୮୫ ହଜାର ୪୦୦ ଟଙ୍କା ସବସିଡି ଆକାରରେ କରାଯାଇଛି।

Comments are closed.