ଆହୁରି ୨ ଦିନ ଜେଲରେ ରହିବେ ଆର୍ଯ୍ୟନ, ୧୩କୁ ଘୁଞ୍ଚିଲା ଶୁଣାଣି

ମୁମ୍ବଇ: ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଶାହାରୁଖ୍‌ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ସମସ୍ୟା ବଢିବାରେ ଲାଗିଛି। ସେସନ୍‌ କୋର୍ଟରେ ୧୧ ଅକ୍ଟୋବରରେ ହେବାକୁ ଥିବା ଶୁଣାଣି ଏବେ ୧୩ ଅକ୍ଟୋବରରେ ହେବ। ତେଣୁ ଆର୍ଯ୍ୟନଙ୍କୁ ଆହୁରି ୨ ଦିନ ଜେଲ୍‌ରେ ରହିବାକୁ ପଡ଼ିବ।

ଏହି ମାମଲାରେ ଜବାବ ଦାଖଲ ​ପାଇଁ ଏନସିବି ବୁଧବାର ପର୍ଯ୍ୟନ୍ତ ସମୟ ମାଗିଛି। ବୁଧବାର ସକାଳ ୧୧ଟା ସୁଦ୍ଧା ଏନସିବି ଜବାବ ଦାଖଲ କରିବ। ତେଣୁ ଅକ୍ଟୋବର ୧୩ରେ ଆର୍ଯ୍ୟନଙ୍କ ଜାମିନ ଆବେଦନ ଶୁଣାଣି ସ୍ଥିର ହୋଇଛି। ଆର୍ଯ୍ୟନ ବର୍ତ୍ତମାନ ଆର୍ଥର ରୋଡ ଜେଲରେ ଅଛନ୍ତି ଏବଂ ବର୍ତ୍ତମାନ ତାଙ୍କୁ ଆଉ ଦୁଇ ଦିନ ଜେଲରେ ରହିବାକୁ ପଡିବ। ତାଙ୍କ ନିକଟରୁ ଡ୍ରଗ୍ସ ଉଦ୍ଧାର କରାଯାଇ ନ ଥିବାରୁ ଆର୍ଯ୍ୟନଙ୍କ ଜାମିନ ଆବେଦନ କରାଯାଇଛି।

Comments are closed.