ଲାଞ୍ଚ ସମ୍ପର୍କରେ ଜାଣି ନଥିବା କହିଲେ ଗୋସାଭି

ମୁମ୍ବଇ : ଆର୍ଯ୍ୟନ ଖାଁଙ୍କ ଗିରଫ ପଛରେ ଲାଞ୍ଚ କାରବାର ନେଇ ଆସିଥିବା ଅଭିଯୋଗକୁ ଅନ୍ୟତମ ସାକ୍ଷୀ କେପି ଗୋସାଭି ଖଣ୍ଡନ କରିଛନ୍ତି। ଏନସିବିର ତାଲିକାଭୁକ୍ତ ସାକ୍ଷୀ ଗୋସାଭି କହିଛନ୍ତି ଯେ ଆର୍ଯ୍ୟନଙ୍କ ମୁକ୍ତି ପାଇଁ ଲାଞ୍ଚ ଦାବି କରାଯାଇଥିବା ଅଭିଯୋଗର ସତ୍ୟାସତ୍ୟ ସମ୍ପର୍କରେ ସେ କିଛି ଜାଣି ନାହାନ୍ତି। ଲାଞ୍ଚ ଅଭିଯୋଗ ନେଇ ପ୍ରଭାକରଙ୍କ ପାଖରେ ଯଦି କିଛି ପ୍ରମାଣ ରହିଛି ତେବେ ତାକୁ ସେ ଉପସ୍ଥାପନ କରିବା ଦରକାର। ପ୍ରଭାକରଙ୍କ ସହିତ ତାଙ୍କର ଅକ୍ଟୋବର ୧୧ରୁ ଯୋଗାଯୋଗ ନଥିବାରୁ ଏ ସମ୍ପର୍କରେ ସେ କିଛି ଜାଣି ନଥିବା ଗୋସାଭି କହିଛନ୍ତି। ଗୋସାଭିଙ୍କ ଅଙ୍ଗରକ୍ଷୀ ପ୍ରଭାକର ସେଲି ପୂର୍ବରୁ ସତ୍ୟପାଠ ମାଧ୍ୟମରେ ଅଭିଯୋଗ କରିଛନ୍ତି ଯେ ଆର୍ଯ୍ୟନଙ୍କ ମୁକ୍ତି ପାଇଁ ୨୫କୋଟି ଟଙ୍କା ଦାବି କରାଯାଇଥିଲା। ଗୋସାଭି ଏବେ ଫେରାର ଥିବାବେଳେ ଖୁବ୍‌ଶୀଘ୍ର ଆତ୍ମସମର୍ପଣ କରିବେ ବୋଲି କହିଛନ୍ତି। ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ସେ କହିଛନ୍ତି। ମୁମ୍ବଇ କ୍ରୁଜ୍‌ରେ ଚଢଉ ସମୟରେ ଏନସିବିର ଅଧିକାରୀ ସମୀର ୱାଙ୍ଖେଡେଙ୍କ ସହିତ ଗୋସାଭି ଉପସ୍ଥିତ ଥିଲେ। ଚଢଉ ସମୟରେ ଆର୍ଯ୍ୟନଙ୍କୁ ଅଟକ ରଖାଯାଇଥିଲା। ଏହି ସମୟରେ ଆର୍ଯ୍ୟନ ତାଙ୍କ ପିତା ଶାହାରୁଖଙ୍କୁ ଫୋନ କରିବା ଲାଗି କହିଥିଲେ। ଆର୍ଯ୍ୟନ ତାଙ୍କ ପିତାଙ୍କ ପରିଚାଳକ ପୂଜାଙ୍କ ନମ୍ବର ଦେଇଥିଲେ। ଗୋସାଭି ତାଙ୍କ ମୋବାଇଲରୁ ପୂଜାଙ୍କୁ ଫୋନ କରିଥିଲେ ମାତ୍ର ​‌େ​‌ସ ଫୋନ ଉଠାଇ ନଥିଲେ। ପରେ ଆର୍ଯ୍ୟନଙ୍କ ଭଏସ୍‌କୁ ନିଜ ମୋବାଇଲରେ ରେକର୍ଡ କରି ​‌େ​‌ସ ପୂଜାଙ୍କ ପାଖକୁ ପଠାଇଥିଲେ। ତେଣୁ ଆର୍ଯ୍ୟନଙ୍କ ସହିତ ତାଙ୍କର ଯେଉଁ ସେଲଫି ପ୍ରସାରିତ ହୋଇଛି ତା’ ଉପରେ ଗୋସାଭି ପ୍ରତିକ୍ରିୟା ରଖି ଏପରି କହିଛନ୍ତି। ମାମଲାର ଅନ୍ୟତମ ସାକ୍ଷୀ ମନୀଷ ଭାନୁସେଲ ମଧ୍ୟ ଲାଞ୍ଚ କାରବାର ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ଜାହାଜରେ ଚଢଉ ପରେ ଲାଞ୍ଚ କାରବାର ନେଇ କୌଣସି ଆଲୋଚନା ବାବଦରେ ଜାଣି ନାହାନ୍ତି।

Comments are closed.