କେଜରିୱାଲ ବିଧାୟକ ଦଳ ନେତା ନିର୍ବାଚିତ : ୧୬ରେ ରାମଲୀଳା ମୈଦାନରେ ଶପଥ ଗ୍ରହଣ ଉତ୍ସବ

ନୂଆଦିଲ୍ଲୀ : ଦିଲ୍ଲୀର ନବନିର୍ବାଚିତ ଆମ୍‍ ଆଦମୀ ପାର୍ଟି ବିଧାୟକମାନେ ଦଳର ଆବାହକ ଅରବିନ୍ଦ କେଜରିୱାଲଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ
କରିଛନ୍ତି। ବୁଧବାର କେଜରିୱାଲ୍‍ ତାଙ୍କ ସରକାରୀ ବାସଭବନରେ ସମସ୍ତ ନବନିର୍ବାଚିତ ବିଧାୟକମାନଙ୍କ ଏକ ବୈଠକ ଡକାଇ ସେମାନଙ୍କ ସହ  ଆଲୋଚନା କରିଥିଲେ। ଏହାପରେ ବିଧାୟକମାନେ ତାଙ୍କୁ ଦଳର ନେତା ନିର୍ବାଚିତ କରିଥିଲେ।
ସାମ୍ବାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ ପାର୍ଟି ନେତା ମନିଷ ସିସୋଦିଆ କହିଛନ୍ତି, ଶ୍ରୀ କେଜରିୱାଲ ଆସନ୍ତା ୧୬ ତାରିଖ ଦିନ ରାମଲୀଳା
ମୈଦାନରେ ତୃତୀୟ ଥର ପାଇଁ  ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ପୂର୍ବରୁ ଆଜି କେଜରିୱାଲ ଉପରାଜ୍ୟପାଳ ଅନୀଲ ବୈଜଲଙ୍କୁ ରାଜଭବନରେ ସାକ୍ଷାତ କରିଥିଲେ। ସୂଚନାଯୋଗ୍ୟ, ୭୦ ସଦସ୍ୟ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍‍ ଆଦମୀ ପାର୍ଟି ୬୨ଟି ଆସନ ଜିତି ବିପୁଳ ବିଜୟ ହାସଲ କରିଛି।

Comments are closed.