ଅରୁଣାଚଳପ୍ରଦେଶର ଉପମୁଖ୍ୟମନ୍ତ୍ରୀଙ୍କ ଘର ଜାଳିଦେଲେ ବିକ୍ଷୋଭକାରୀ

0

ଇଟାନଗର..- ଅରୁଣାଚଳପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ ଚୋଓ୍ୱାନା ମେନ୍‌ଙ୍କ ଘରକୁ କିଛି ବିକ୍ଷୋଭକାରୀ ଜାଳି ଦେଇଥିବା ଅଭିଯୋଗ ହୋଇଛି । ଅଣ ଆଦିବାସୀଙ୍କୁ ନାଗରିକ ମାନ୍ୟତା ଦିଆଯିବା ବିରୋଧରେ କିଛି ଆଦିବାସୀ ସଙ୍ଗଠନ ବିରୋଧ ପ୍ରଦର୍ଶନ କରୁଥିଲେ । ଏକ ଉଚ୍ଚ କ୍ଷମତା ସମ୍ପନ୍ନ ଯୁଗ୍ମ କମିଟି  ଛଅଟି ବର୍ଗର ଲୋକଙ୍କୁ ସ୍ଥାୟୀ ପଟ୍ଟା ଦେବା ପାଇଁ  ପ୍ରସ୍ତାବ ଦେଇଥିଲେ । ଯେଉଁମାନେ ଅରୁଣାଚଳ ପ୍ରଦେଶର ନୁହନ୍ତି ମାତ୍ର ଅନେକ ବର୍ଷ ଧରି ସେଠାରେ ବସବାସ କରୁଛନ୍ତି  ସେମାନଙ୍କୁ ଜମିର ସ୍ଥାୟୀ ପ୍ରମାଣ ପତ୍ର ଦେବାପାଇଁ ନିଷ୍ପତ୍ତି ନେଇଥିଲେ । ଏହା ପରେ ସେଠାରେ ହିଂସାତ୍ମକ ଆନ୍ଦୋଳନ ହୋଇଥିଲା । ଇଟାନଗରରେ କର୍ଫ୍ୟୁ ଲଗାଯାଇଥିଲା । ଏହା ସତ୍ତ୍ୱେ ଶହ ଶହ ପ୍ରଦର୍ଶନକାରୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପୋଡା ଜଳା କରିଥିଲେ ।

ବିକ୍ଷୋଭାକାରୀମାନେ ଅରୁଣାଚଳର ଉପମୁଖ୍ୟମନ୍ତ୍ରୀ ଚୋଓ୍ୱାନାଙ୍କ ବ୍ୟକ୍ତିଗତ ବାସଗୃହରେ ନିଆଁଲଗାଇ ଦେଇଥିଲେ । ଏହାପରେ ଇଟା ନଗରରେ ଆଇଟିବିପିର ୬ ପ୍ଲାଟୁନ ଯବାନଙ୍କୁ ଆଇନ ଶୃଙ୍ଖଳା ରକ୍ଷା କରିବା  ପାଇଁ ମୁତୟନ କରାଯାଇଛି । ଏହି ହିଂସାତ୍ମକ ପ୍ରଦର୍ଶନରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି  ।

Leave A Reply