ଅରୁଣାଚଳ ମୁଖ୍ୟମନ୍ତ୍ରୀ କରୋନା ସଂକ୍ରମିତ

ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ କରୋନା ଭୂତାଣୁ ସଂକ୍ରମିତ ହୋଇଛନ୍ତି। ମଙ୍ଗଳବାର ପେମା ଖାଣ୍ଡୁ ଟୁଇଟ୍ କରିଛନ୍ତି ଯେ ‘ମୁଁ ମୋର କୋଭିଡ ଆରଟି-ପିସିଆର ଟେଷ୍ଟ କରାଇଥିବାବେଳେ ଏହାର ରିପୋର୍ଟ ପଜିଟିଭ ଆସିଛି। ମୋର କୌଣସି ଲକ୍ଷଣ ନାହିଁ। ତେବେ ସୁରକ୍ଷା ଦୃଷ୍ଟିରୁ ମୁଁ ନିଜକୁ ଏକାନ୍ତବାସରେ ରଖିବା ସହିତ ମୋ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଏକାନ୍ତବାସରେ ରହିବାକୁ ଅନୁରୋଧ କରୁଛି।’

Comments are closed.