ଚିକିତ୍ସା ପାଇଁ ଆମେରିକା ଗଲେ ଜେଟଲୀ

0

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଚିକିତ୍ସା ପାଇଁ ଆମେରିକା ଯାଇଛନ୍ତି। ରବିବାର ରାତିରେ ସେ ଆମେରିକା ଯାଇଥିବା ଜଣାପଡ଼ିଛି। ଗତ ବର୍ଷ ମେ’ ୧୪ରେ ୬୬ବର୍ଷୀୟ ଜେଟଲୀଙ୍କର ବୃକ୍‌କ ପ୍ରତିରୋପଣ କରାଯାଇଥିଲା। ଦୀର୍ଘକାଳ ଛୁଟିରେ ରହିବା ପରେ ସେ ଅଗଷ୍ଟ ୨୩ରେ କାର୍ଯ୍ୟରେ ଯୋଗ ଦେଇଥିଲେ। ଏହା ପରଠାରୁ ସେ ଦିଲ୍ଲୀ ବାହାରକୁ ବାହାରି ନ ଥିଲେ। ତେବେ ଆମେରିକାରେ ସେ ସ୍ବାସ୍ଥ୍ୟ ପରୀକ୍ଷା କରାଇ ଶୀଘ୍ର ନୂଆଦିଲ୍ଲୀ ଫେରିଆସିବେ ଓ ଫେବୃଆରୀ ୧ରେ ତାଙ୍କର ଷଷ୍ଠ ବଜେଟ୍‌ ଉପସ୍ଥାପନ ପାଇଁ ପ୍ରସ୍ତୁତ ହେବେ ବୋଲି ଜଣାପଡ଼ିଛି। ପୂର୍ବରୁ ୨୦୧୪ ସେପ୍ଟମ୍ବରରେ ସେ ଶରୀର ଓଜନ ହ୍ରାସ ପାଇଁ ‘ବେରିଆଟ୍ରିକ ସର୍ଜରୀ କରାଇଥିଲେ। ଜେଟଲୀ ଗୁରୁତର ଡାଇବେଟିକ୍‌ରେ ପୀଡ଼ିତ।

Leave A Reply