ମୋଦୀଙ୍କୁ ଜେଟଲିଙ୍କ ଚିଠି; ସରକାରରେ ସାମିଲ ନ କରିବାକୁ ଅନୁରୋଧ

ନୂଆଦିଲ୍ଲୀ : ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲି ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖି କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ କରିବାକୁ ମନା କରିଛନ୍ତି। ଅରୁଣ ଜେଟଲି ନିଜର ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ମୋଦୀଙ୍କ ସରକାରରେ ସାମିଲ ହୋଇପାରିବେ ନାହିଁ ବୋଲି ଉଲ୍ଲେଖ କରିଛନ୍ତି। ସେ ଆହୁରି ଲେଖିଛନ୍ତି, ପୂର୍ବ ୫ବର୍ଷରେ ଆପଣଙ୍କ ନେତୃତ୍ୱରେ କାର୍ଯ୍ୟକରି ଗର୍ବ ଅନୁଭବ କରୁଛି। କିନ୍ତୁ, ଦୀର୍ଘ ୧୮ ମାସଧରି ମୋର ସ୍ୱସ୍ଥ୍ୟଗତ ସମସ୍ୟା ଦେଖାଯାଉଥିବାରୁ ସେ ସରକାରରୁ ଦୂରେଇ ରହିବାକୁ ଚାହୁଁଛି। ଏହି ସମୟରେ ମୁଁ ନିଜକୁ ଏବଂ ମୋ ସ୍ୱାସ୍ଥ୍ୟକୁ କିଛି ସମୟ ଦେଇପାରିବି ବୋଲି ଚିନ୍ତାକରି ଏହି ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି।

Comments are closed.