ଅରୁଣ ଜେଟଲୀଙ୍କ ଜୀବନର କିଛି ଜଣାଅଜଣା କଥା

ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ୬୭ ବର୍ଷ ବୟସରେ ଶନିବାର ପରଲୋକ ହୋଇଛି। ଗତ ୯ ତାରିଖରୁ ଅସୁସ୍ଥତା କାରଣରୁ ସେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧିନ ଥିଲେ। ତାଙ୍କ ବିୟୋଗରେ ସବୁ ମହଲରେ ଶୋକର ଛାୟା ଖେଳିଯାଇଛି। ଜାଣନ୍ତୁ ତାଙ୍କ ଜୀବନର କିଛି ଜଣାଅଜଣା କଥା ବିଷୟରେ …..
ଅରୁଣ ଜେଟଲୀ ୧୯୫୨ ମସିହା ଡ଼ିସେମ୍ବର ୨୮ ତାରିଖରେ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ। ସେ ବିଶିଷ୍ଟ ଆଇନଜୀବୀ ମହାରାଜ କିଶନ ଜେଟଲୀ ଓ ମା ରତନ ପ୍ରଭାଙ୍କ ପୁତ୍ର ଥିଲେ। ୧୯୫୭ ମସିହାରେ ଦିଲ୍ଲୀ ସେଣ୍ଟ ଜାଭିୟର ସ୍କୁଲରେ ନାମ ଲେଖାଇ ଥିଲେ। ୧୯୬୯ରେ ସ୍କୁଲରେ ଶିକ୍ଷା ସମାପ୍ତ କରି ଶ୍ରୀରାମ କଲେଜ ଅଫ କମର୍ସରେ ନାମ ଲେଖାଇ ଥିଲେ। ପାଠପଢା ସହ ଖେଳକୁଦ, କ୍ରିକେଟ, ବକୃତା ଆଦି ବିଭିନ୍ନ କ୍ଷେତ୍ରରେ ତାଙ୍କର ବେଶ ପାରଦର୍ଶିତା ଥିଲା। ସେ ଜଣେ ମେଧାବୀ ଓ ଉଚ୍ଚକୋଟିର ଛାତ୍ର ସାଙ୍ଗକୁ ତାଙ୍କର ବ୍ୟକ୍ତିତ୍ୱ ଲାଗି ସେ ସମସ୍ତ କ୍ଷେତ୍ରରେ ବେଶ ଗ୍ରହଣୀୟ ଥିଲେ। ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ହେବା ସହ ରାଜନୀତି ସହ ତାଙ୍କର ଘନିଷ୍ଠତା ବୃଦ୍ଧି ପାଇଥିଲା।

Comments are closed.