ଏନ୍‌ଆଇଏ ହାଜତକୁ ଗଲେ ୧୦ ଗିରଫ ସନ୍ଦିଗ୍ଧ

0

ନୂଆଦିଲ୍ଲୀ : ଆତଙ୍କବାଦୀ ସଂଗଠନ ଇସ୍‌ଲାମିକ ଷ୍ଟେଟ (ଆଇଏସ୍) ସହ ସମ୍ପୃକ୍ତି ଅଭିଯୋଗରେ ଗିରଫ ୧୦ ସନ୍ଦିଗ୍ଧଙ୍କୁ ଅଦାଲତ ୧୨ ଦିନ ପାଇଁ ଏନଆଇଏ ହାଜତକୁ ପଠାଇ ଦେଇଛନ୍ତି। ବୁଧବାର ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍‌ଆଇଏ) ନୂଆଦିଲ୍ଲୀ ଏବଂ ଉତ୍ତରପ୍ରଦେଶର ୧୭ଟି ସ୍ଥାନରେ ଚଢଉ କରି ଏହି ସନ୍ଦିଗ୍ଧଙ୍କୁ ଗିରଫ କରିଥିଲା। ଏହି ସନ୍ଦିଗ୍ଧମାନେ ଆଇଏସ୍‌ ଅନୁବନ୍ଧିତ ହରକତ ଇ ହାର୍ବ ଇ ଇସଲାମ ସହ ସମ୍ପୃକ୍ତି ଅଭିଯୋଗରେ ଗିରଫ କରାଯାଇଥିଲା। ଏମାନେ ଦେଶର ପ୍ରମୁଖ ରାଜନେତା ତଥା ବିଶିଷ୍ଟ ବ୍ୟକ୍ତି ଏବଂ ସରକାରୀ ପ୍ରତିଷ୍ଠାନ ଉପରେ ବଡଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା କରିଥିଲେ ବୋଲି ଏନ୍‌ଆଇଏ କହିଛି।

ଅନ୍ୟପଟେ ଏନ୍‌ଆଇଏ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ଉଦ୍ୟମ ପଣ୍ଡ କରିବା ଘଟଣାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କମ୍ପ୍ୟୁଟର ବ୍ୟବସ୍ଥା ଉପରେ ଗୁଇନ୍ଦା ଦୃଷ୍ଟି ପ୍ରସଙ୍ଗ ସହିତ ଯୋଡିଛନ୍ତି। ଏନ୍‌ଆଇଏର କାର୍ଯ୍ୟକୁ ପ୍ରଶଂସା କରି ସେ କହିଛନ୍ତି ଯଦି କମ୍ପ୍ୟୁଟର ବ୍ୟବସ୍ଥା (କମ୍ପ୍ୟୁଟର, ସ୍ମାର୍ଟ ଫୋନ, ସ୍ମାଟ ଘଣ୍ଟା ଇତ୍ୟାଦି) ଉପରେ ଦୃଷ୍ଟି ରଖାଯାଇ ନ ଥାଆନ୍ତା ତା’ହେଲେ ଏ​‌େ​‌ତ ବଡ଼ ଆତଙ୍କବାଦୀ ଉଦ୍ୟମ ପଣ୍ଡ କରିବା ସମ୍ଭବ ହୋଇ ନ ଥାଆନ୍ତା। ଉଲ୍ଲେଖ ଯେ କମ୍ପ୍ୟୁଟର ବ୍ୟବସ୍ଥାଗୁଡିକ ଉପରେ ଗୁଇନ୍ଦା ନଜର ରଖିବା ନେଇ ୧୦ ସଂସ୍ଥାକୁ ନିର୍ଦେଶ ସମ୍ବଳିତ ନୋଟିସ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯିବା ଘଟଣାକୁ ନେଇ ବିରୋଧୀ ଦଳଗୁଡିକ ପ୍ରତିବାଦ କରିଛନ୍ତି। ଏହାଦ୍ବାରା ବ୍ୟକ୍ତିଗତ ଆଇନର ଉଲ୍ଲଙ୍ଘନ ହେବ ବୋଲି ଦର୍ଶାଯାଇଛି ମାତ୍ର କମ୍ପ୍ୟୁଟରଗୁଡିକ ଉପରେ ଗୁଇନ୍ଦା ଦୃଷ୍ଟି ରଖିବା ନେଇ କୌଣସି ସଂସ୍ଥାକୁ କ୍ଷମତା ଦିଆଯାଇନାହିଁ। ୟୁପିଏ ସରକାର ସମୟରେ ଯେଉଁ ବ୍ୟବସ୍ଥା ଥିଲା ତଦ୍‌ଅନୁଯାୟୀ ନୋଟିସ ଜାରି କରାଯାଇଛି ବୋଲି କେନ୍ଦ୍ର ସରକାର ଦର୍ଶାଇଛନ୍ତି।

Leave A Reply