ଫେରାର ଥିବା ବିତ୍ତଶାଳୀମାନଙ୍କ ପାଇଁ ମୁମ୍ବାଇ ଜେଲ୍‌ରେ ଚାଲିଛି ଲଣ୍ଡନ ଜେଲ ପରି କୋଠରୀ ନିର୍ମାଣ

0

ମୁମ୍ବାଇ.- ଦେଶରେ ହଜାର ହଜାର କୋଟି ଟଙ୍କାର ବେଆଇନ ଅର୍ଥ କାରବାର କରି ଫେରାର ହୋଇଯାଇଥିବା  ବିତ୍ତଶାଳୀ ବ୍ୟକ୍ତିମାନଙ୍କ ପାଇଁ ମୁମ୍ବାଇର ଆର୍ଥର ରୋଡ ଜେଲ୍‌ରେ ଲଣ୍ଡନ ଜେଲରେ ଥିବା ଜେଲ୍‌ କୋଠରୀ ପରି କୋଠରୀ ନିର୍ମାଣ କରାଯିବ । ସେଠାରେ କେଏଦୀମାନଙ୍କୁ ଯେପରି ସୁବିଧା ମିଳୁଛି ଏଠାରେ  ସେହିପରି ସୁବିଧା ଉପଲବ୍ଧ କରାଯିବ ବୋଲି ସୂଚନା ମିଳିଛି ।

ବିଜୟ ମାଲ୍ୟାଙ୍କ ପାଇଁ ଏପରି କୋଠରୀ ନିର୍ମାଣ କରାଯାଇଛି । ଲଣ୍ଡନକୁ ଫେରାର ହୋଇ ଯିବା ପରେ ଭାରତୀୟ ଜେଲ୍‌ରେ କଏଦୀମାନଙ୍କ ରହିବା ପାଇଁ ଉତ୍ତମ ବ୍ୟବସ୍ଥା ନ ଥିବା ବିଜୟ ମାଲ୍ୟାଙ୍କ ଓକିଲ ସେଠାକାର ଅଦାଲତରେ  ଯୁକ୍ତି ବାଢିଥିଲେ । ମାତ୍ର ଭାରତୀୟ ଜେଲ୍‌ରେ ବିଜୟ ମାଲ୍ୟାଙ୍କ ପାଇଁ ୟୁରୋପୀୟ  ମାନଦଣ୍ଡର ଜେଲ୍‌ କୋଠରୀ ନିର୍ମାଣ କରାଯାଉଥିବା ଭାରତ ତଦନ୍ତକାରୀ ସଂସ୍ଥା ପକ୍ଷରୁସେଠାରେ ପ୍ରମାଣ ଉପସ୍ଥାପନ କରାଯାଇଥିଲା ।

ଏହାପରେ ମୁମ୍ବାଇ ଆର୍ଥର ରୋଡ୍‌ରେ ଥିବା ଜେଲ୍‌ରେ ୟୁରୋପୀୟ ମାନଦଣ୍ଡର ୮୦୦ ଟି କୋଠରୀ  ନିର୍ମାଣ କରାଯାଉଛି । ଆସନ୍ତା ୬ ମାସ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ । ଆର୍ଥର ରୋଡ୍‌ ଜେଲ୍‌ରେ ଏବେ ୨୮୦୦ରୁ ଅଧିକ କଏଦୀ ରହିଛନ୍ତି ।

Leave A Reply