ଜାମ୍ମୁ-କାଶ୍ମୀରର ପଞ୍ଚାୟତ ନିର୍ବାଚନ ପରେ ସୁପ୍ରିମକୋର୍ଟରେ ସମ୍ବିଧାନ ଧାରା ୩୫-କ ଉପରେ ଶୁଣାଣି ହେବ

0

ନୂଆଦିଲ୍ଲୀ.-  ଜାମ୍ମୁ କାଶ୍ମୀରରେ  ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାର ଅଛି । ଏହାପରେ ସୁପ୍ରିମକୋର୍ଟରେ ସମ୍ବିଧାନ ଧାରା ୩୫-କ ଉପରେ ଶୁଣାଣି କରାଯିବ । ଶୁକ୍ରବାରରେ ଏହା ଉପରେ ଶୁଣାଣି ପାଇଁ ତାରିଖକୁ ଘୁଞ୍ଚାଇ ଦେବାକୁ କେନ୍ଦ୍ର ସରକାର ଆବେଦନ କରିଥିଲେ । ଆଗକୁ ଜାମ୍ମୁ କାଶ୍ମୀରରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାରୁ ଏହାର ଶୁଣାଣିକୁ ଘୁଞ୍ଚାଇ ଦେବା ପାଇଁ କେନ୍ଦ୍ର ସରକାର ଆବେଦନ କରିଥିଲେ ।

ଏଥିପାଇଁ ଏହାର ଶୁଣାଣିକୁ ୨୦୧୯ ମସିହା ଜାନୁଆରୀ ମାସ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ୧୯୫୪ ମସିହାରେ ସମ୍ବିଧାନରେ ଧାରା ୩୫-କ କୁ ସାମିଲ କରାଯାଇଥିଲା । ଏଥିରେ ଜାମ୍ମୁ-କାଶ୍ମୀରର ସ୍ଥାୟୀ ନିବାସୀଙ୍କୁ କିଛି ସ୍ୱତନ୍ତ୍ର ଅଧିକାର ଦିଆଯାଇଛି । ଭାରତର ଅନ୍ୟ ରାଜ୍ୟର ଲୋକ ଏଠାରେ ଜମି କିଣି ପାରିବେ ନାହିଁ କି ସରକାରୀ ଚାକିରି କରି ପାରିବେ ନାହିଁ । ଜାମ୍ମୁ-କାଶ୍ମୀରର ମହିଳା ଅନ୍ୟ ରାଜ୍ୟରେ ବିବାହ କଲେ ସମ୍ପତି ଅଧିକାର ହରାଇବେ ।

ଏବେ ଏହା ଉପରେ ଶୁଣାଣିହେଲେ ରାଜ୍ୟର ଆଇନ ବ୍ୟବସ୍ଥା ବିଗିଡିବାର ସମ୍ଭାବନା ଥିବାରୁ ଏହାର ଶୁଣାଣିକୁ ଘୁଞ୍ଚାଇବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଆବେଦନ କରିଥିଲେ ।

Leave A Reply