MEllora 950×100

ପଞ୍ଚାୟତସ୍ତରୀୟ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅଭିଯାନ

ତିଗିରିଆ :  ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ତିଗିରିଆ ଶାଖା ତରଫରୁ ଗ୍ରାମ ପଞ୍ଚାୟତସ୍ତରୀୟ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅଭିଯାନ ପୁରୁଣା ତିଗିରିଆ ପଞ୍ଚାୟତ କାର୍ଯ୍ୟାଳୟଠାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ତିଗିରିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସୁବାଷ ଚନ୍ଦ୍ର ପାଢ଼ୀ ଯୋଗଦେଇଥିଲେ। ବିତ୍ତୀୟ ସମାବେଶ ମାଧ୍ୟମରେ ସଶକ୍ତିକରଣ ଅଭିଯାନ ଦ୍ୱାରା ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁମାନଙ୍କର ବ୍ୟାଙ୍କ ଖାତା ନାହିଁ ସେମାନେ ନୂତନ ବ୍ୟାଙ୍କ ଖାତା ଖୋଲିବା, ବ୍ୟାଙ୍କ ଖାତାରେ ମୋବାଇଲ ନମ୍ବର ସଂଯୋଗ କରିବା, ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରିବା ଓ ନୂତନ ବ୍ୟାଙ୍କ ଖାତା ଖୋଲିବା ନେଇ ଜନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ସ୍ୱଂୟ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟ ଖୋଲି ଆର୍ଥିକ ଅନ୍ତର୍ଭୁକ୍ତିକରଣରେ ସାମିଲ ପିଏମଜେଜେବିୱାଇ /ପିଏମଏସବିୱାଇ/ ଏପିୱାଇରେ ନାମାଙ୍କନ କରି ସେମାନଙ୍କୁ କ୍ରେଡ଼ିଟ ଲିଙ୍କ୍ ପେଜ ପ୍ରଦାନ କରିବା ନେଇ ଅବଗତ କରାଯାଇଥିଲା । କାର୍ଯ୍ୟକ୍ରମରେ ତିଗିରିଆ ଶାଖା ପରିଚାଳକ ଅକ୍ଷୟ କୁମାର ସାମଲ, ସମବାୟବିତ୍ ରମେଶ ଚନ୍ଦ୍ର ପଣ୍ଡା, ବ୍ୟାଙ୍କର ନିର୍ବାଚିତ ପ୍ରତିନିଧି ଗୌରହରି ପରିଡ଼ା ଓ ତିଗିରିଆ ଶାଖାର ସମସ୍ତ ସମିତିର ସମ୍ପାଦକ ଓ ସ୍ୱଂୟ ସହାୟିକା ଗୋଷ୍ଠୀର ମହିଳା ଉପସ୍ଥିତ ଥିଲେ ।

Comments are closed.