ଉତ୍ତମ ଜୀବନଶୈଳୀ ସମ୍ପର୍କିତ ଶିକ୍ଷାଦାନ

ଚୌଦ୍ୱାର : ଦିଲ୍ଲୀସ୍ଥିତ ଆର୍ଟ ଅଫ ଲିଭିଂ ସ୍କୁଲ ତରଫରୁ ଚୌଦ୍ୱାର ଶିଶୁ ସଦନର ପିଲା ମାନଙ୍କୁ ଉତ୍ତମ ଜୀବନ ଶୈଳୀ ସମ୍ପର୍କିତ ଶିକ୍ଷାଦାନ କରା ଯାଇଥିଲା । ସ୍କୁଲର କର୍ମକର୍ତ୍ତା ନିରଜ ଗେରା ଶିଶୁ ସଦନରେ ପହଞ୍ଚି ଉତ୍ତମ ଜୀବନ ଶୈଳି, ଖୁସି ରହିବାର ଉପାୟ, ସୁମଣିଷ ହେବାର ପଥ ସମ୍ପର୍କରେ ପିଲା ମାନଙ୍କୁ ଶିକ୍ଷାଦାନ କରିଥିଲେ । ସ୍କୁଲର ଅନ୍ୟତମ କର୍ମକର୍ତ୍ତା ମନୋହର ସିଂହ, ଜଗଦିଶ ସାମଲ, ଦୀପକ କୁମାର ସ୍ୱାଇଁ, ନାରାୟଣ ନାୟକ, ଶୁଭେନ୍ଦୁ ପରିଡ଼ା, ପ୍ରକାଶ ରାଉତ, ସୁଶାନ୍ତ କୁମାର ଦଳାଇ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଶିଶୁସଦନର ମୁଖ୍ୟ ତଥା ହିନ୍ଦ୍ ସେବକ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁ ଅତିଥି ମାନଙ୍କୁ ସ୍ୱାଗତ କରି ପିଲାମାନଙ୍କୁ ନୈତିକ ଶିକ୍ଷା ପ୍ରଦାନ କରିଥିବାରୁ ସ୍କୁଲର କର୍ମକର୍ତ୍ତା ମାନଙ୍କୁ କୃତଜ୍ଞତା ଜଣାଇଥିଲେ। ସଦନର ସମସ୍ତ କର୍ମୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Comments are closed.