ସମ୍ବଲପୁରରେ ଆର୍ଟ ଅଫ ଗିଭିଂ 

ସମ୍ବଲପୁର  – ସମ୍ବଲପୁରର ଦଲଦଲିପଡା, ହୀରାକୁଦ ସ୍ଥିତ କଳ୍ପତରୁ ଆଶ୍ରମ ଓ ଧନକଉଡା ବ୍ଲକର ଗେଙ୍ଗୁଟିପାଲି ଗ୍ରାମ ଠାରେ ଆର୍ଟ ଅଫ ଗିଭିଂ ପାଳିତ ହୋଇଯାଇଛି । ଆର୍ଟ ଅଫ ଗିଭିଂର ନବମ ପ୍ରତିଷ୍ଠା ଦିବସ ଅବସରରେ କିସର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ବାର୍ତ୍ତା ଦେଇ କହିଛନ୍ତି ଯେ ଗତ ୨ ବର୍ଷ ହେବ କୋଭିଡ ଯୋଗୁଁ ଆମେ ସମସ୍ତେ ବହୁ କଷ୍ଟ ସହିଛୁ । ପରସ୍ପର ସହିତ ଯୋଡି ହେବାକୁ ଓ ସାହାଯ୍ୟ କରିବାକୁ ଆମ ପାଖରେ ଅନେକ ବାଟ ରହିଛି । ପ୍ରତିବର୍ଷ ଆର୍ଟ ଅଫ ଗିଭିଂ ଦିବସରେ ସ୍ୱତନ୍ତ୍ର ଥିମ ରହୁଥିବା ବେଳେ ଚଳିତ ବର୍ଷ ହୋପ, ହାପିନେସ ଓ ହାରମୋନୀ ରଖାଯାଇଛି । ଏଣୁ ଏହି ଦିବସ ପାଳନ କରାଯାଇଥିବା ସ୍ଥାନ ଗୁଡିକରେ ଅନ୍ତେବାସୀ ଓ ଶିଶୁ ମାନଙ୍କୁ ବିସ୍କୁଟ, ପେନ, ବହି ଆଦି ବିଭିନ୍ନ ସାମଗ୍ରୀ ପ୍ରଦାନ କରାଯାଇଛି ।

ଏଥି ସହ ଗଛ ଲଗାଇଯାଇ ପରିବେଶ ସଚେତନତା ବାର୍ତ୍ତା ସହିତ ଶିକ୍ଷାକୁ ପ୍ରୋତ୍ସାହିତ କରାଯାଇଛି । ଏହି ଅବସରରେ ଡ. ଶଙ୍କର ରାମଚନ୍ଦାନୀ, ସମାଜସେବୀ ରାଜେନ୍ଦ୍ର ସତନାମୀ, ସାମ୍ବାଦିକ ଶ୍ରବଣ କୁମାର ପତି, ଧର୍ମେନ୍ଦ୍ର ପଟ୍ଟନାୟକ, ଆକାଶ ବିଶ୍ୱକର୍ମା, ଦେବକୀ କଲେତ, ରାଜୁ ଖଡିଆ, ବସନ୍ତ କବାତ ସମେତ ଅନେକ ବ୍ୟକ୍ତି ଉପସ୍ତିତ ରହିଥିଲେ ।

Comments are closed.