ରାବଣ ପୋଡି ବିବାଦକୁ ନେଇ ଏରସମାରେ ବନ୍ଦ ଡାକରା

0

ଜଗତସିଂହପୁର: ଏରସମାରେ ରାବଣ ପୋଡି ରାଜନୌତିକ ବିବାଦ ଜୋର ଧରିଛି । ଏହାକୁ ନେଇ ଶନିବାର ଏରସମାରେ ବନ୍ଦ ଡାକରା ଦିଆଯାଇଛି । ବରିଷ୍ଠ ନେତା ଦାମଦୋର ରାଉତଙ୍କ ରାବଣ ପୋଡ଼ି ଉତ୍ସବକୁ ଅନୁମତି ମିଳିନଥିବା ବେଳେ ଆଜି ସଂଧ୍ୟାରେ ଏରସମାରେ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ନେଇ ବାରଘରର ଲୋକେ ବିରୋଧ କରିବା ସହ ପୋଡାଜଳା କରିଛନ୍ତି । । ସୂଚନାଯୋଗ୍ୟ, ଆଜି ସଂଧ୍ୟାରେ ଏରସମାରେ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହେବର କାର୍ଯ୍ୟକ୍ରମ ରହିଛି । ଏରସମା-ବାଲିକୁଦା ବିଧାୟକ ପ୍ରଶାନ୍ତ ମୁଦୁଲି ଏଥିରେ ଯୋଗ ଦେବେ । ପ୍ରଶାନ୍ତ ମୁଦୁଲିକୁ ସ୍ଥାନୀୟ ଅଞ୍ଚଳରେ ପୁରାଇ ଦିଆଯିବ ନାହିଁ ଏବଂ ରାବଣ ପୋଡି କରାଇ ଦିଆଯିବ ନାହିଁ ବୋଲି ବାରଘରର ଲୋକେ ଚେତାବନୀ ଦେଇଛନ୍ତି । ଉତ୍ତେଜନାକୁ ଦୃଷ୍ଟିରେ ଘଟଣାସ୍ଥଳରେ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

Leave A Reply