ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଦୁଇ ଶଳା କୋର୍ଟଚାଲାଣ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ଇନ୍ଦ୍ରପୁର ଗ୍ରାମରେ ଗତ ଗୁରୁବାର ରାତିରେ ଘଟିଥିବା ହତ୍ୟାକାଣ୍ଡ ମାମଲାରେ ରବିବାର ଅଭିଯୁକ୍ତ ଦୁଇ ଶଳାଙ୍କୁ ପୁଲିସ ଗିରଫ କରିଛି। ସେମାନେ ହେଲେ ସିପୁନ ବାଘ(୨୨) ଏବଂ ବିକ୍ରମ ଜାଲ(୨୫)। ଗିରଫ ପରେ ସେମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ଜଣାପଡିଛି।

ଗତ ଗୁରୁବାର ରାତିରେ ଘଟିଥିବା ଏହି ନାରକୀୟ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସିପୁନ ବାଘ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ଜ୍ୱାଇଁ ଲବ ବଗର୍ତୀଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ସିପୁନ ଏବଂ ତାଙ୍କ ମାଉସୀ ପୁଅ ଭାଇ ବିକ୍ରମ ଦୁହେଁ ମିଶି ଠେଙ୍ଗା ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ। ଶୁକ୍ରବାର ଭୋରରୁ ବୌଦ୍ଧ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଲବଙ୍କ ମୃତ୍ୟୁ ଘଟିଥିଲା। ମୃତ ଜ୍ୱାଇଁ ଲବଙ୍କ ଶାଶୁ ଏବଂ ଶଳା ଭାଉଜ ଉପରେ ଖରାପ ନଜର ଭଳି କୁକର୍ମ ଏହାର ହତ୍ୟା ପଛର ମୁଖ୍ୟ କାରଣ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।

Comments are closed.