ଗିରଫ ହେଲେ କୋଟିପତି ହିନ୍ଦୀ ଶିକ୍ଷକ

ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଝଣ୍ଡାଙ୍କୁଲି ଯଶୋଦା ହାଇସ୍କୁଲର ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁଙ୍କକୁ ଗୁରୁବାର  ଭିଜିଲାନ୍ସ ଗିରଫ କରିଛି। ଏତେ ପରିମାଣର ସମ୍ପତ୍ତି କେଉଁଠୁ ଆଣିଲେ ହିସାବ ଦେଇ ନ ପାରିବାରୁ ତାଙ୍କୁ ଗିରଫ କରାଯାଇଛି । କାଲି ଭୁବନାନନ୍ଦଙ୍କ ୫ କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିଲା ।

ସୂଚନା ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯଶୋଦା ହାଇସ୍କୁଲର ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ବୁଧବାର ଚଢାଉ କରାଯାଇଥିଲା।  ଶ୍ରୀ ସାହୁଙ୍କର ୪ କୋଟି ୯୩ଲକ୍ଷ ୯୭ହଜାର ୨୪୪ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଥିବା ଆକଳନ କରାଯାଇଥିା। ଚଢାଉ ବେଳେ ଶ୍ରୀ ସାହୁଙ୍କ ବ୍ରହ୍ମପୁର ବ୍ରହ୍ମନଗରରେ ୫ମହଲା କୋଠା, ବୈକୁଣ୍ଠନଗରରେ ତିନି ମହଲା କୋଠା, ଲକ୍ଷ୍ମୀପୁରରେ ଥିବା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଏକ ମହଲା କୋଠା, ପୁରୀ ଓ ଭୁବନେଶ୍ବରରେ ଆପାର୍ଟମେଣ୍ଟ, ଗୋପାଳପୁରରେ ଫ୍ଲାଟ, ତିନୋଟି ବାଇକ, ଗଞ୍ଜାମ ନିମଖଣ୍ଡିରେ ଦୋକାନ ଗୃହ, ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ୧୦ଟି ପ୍ଲଟ, ବିଭିନ୍ନ ବ୍ୟାଙ୍କରେ ଜମା, ଜୀବନ ବୀମାରେ ନିବେଶ, ସୁନା ଅଳଙ୍କାର ଆଦି ଥିବା ଜଣାପଡିଥିଲା।

Comments are closed.