ଯଶୋବନ୍ତ ହତ୍ୟାକାଣ୍ଡର ମାଷ୍ଟ୍ରରମାଇଣ୍ଡ ଗିରଫ

0

ଢେଙ୍କାନାଳ : କାମାକ୍ଷାନଗର ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡାଙ୍କ ହତ୍ୟା ମାମଲାରେ ମୁଖ୍ୟ ଷଡଯନ୍ତ୍ରକାରୀ ସୁବାଷ ଖୁଂଟିଆଙ୍କୁ ଶୁକ୍ରବାର ଗିରଫ କରିଛି । ଅଭିଯୁକଙ୍କଠାରୁ ଏକ ମୋବାଇଲ ଫୋନ ପୁଲିସ ଜବତ କରିଛି । ସୁବାସ ହତ୍ୟାକାରୀଙ୍କୁ ବ୍ଲୁପ୍ରିଣ୍ଟ ସହ ରାସ୍ତା ବତାଉଥିଲା ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ କି, ମାର୍ଚ ୨୬ରେ ଢେଙ୍କାନାଳ ଜିଲା ଯୁବ ବିଜେଡି ସଭାପତି ଯଶୋବନ୍ତଙ୍କୁ ବିଚ୍ ରାସ୍ତାରେ ଗୁଳି କରି ହତ୍ୟା କରା ଯାଇଥିଲା । ଏହି ମାମଲରେ ପୁଲିସ ୮ ଜଣଙ୍କୁ ଗିରଫ କରିଥିବା ବେଳେ ସୁବାଷଙ୍କୁ ମିଶାଇ ଗିରଫ ସଂଖ୍ୟା ୯ ଜଣଙ୍କୁ ବୃଦ୍ଧି ହୋଇଛି । ହତ୍ୟାକାଣ୍ଡ ପରେ ସୁବାଷ ଫେରାର ହୋଇ ଯାଇଥିଲା । ଆଜି ଆଳୁତୁମା କଇଁବିଲି ନିକଟରୁ ମାଷ୍ଟରମାଇଣ୍ଡ ସୁବାଷଙ୍କୁ ଆଜି କାମାକ୍ଷାନଗର ପୁଲିସ ଗିରଫ କରିଛି ।

Leave A Reply