ବାଇକ୍ ସହ ୫୦ କେଜି ବାରହା ମାଂସ ଜବତ, ଜଣେ ଗିରଫ

ହରଭଙ୍ଗା : ନୟାଗଡ ବନ୍ୟାପ୍ରାଣୀ ବନଖଣ୍ଡ ଅଧିନସ୍ଥ ବୌଦ୍ଧଜିଲ୍ଲା କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜର ନୂଆପଡା ଚେକ ଗେଟରୁ ବନ୍ୟପ୍ରାଣୀ ବିଭାଗ ବାଇକ୍ ସହ ୫୦ କେ.ଜି ଓଜନର ବାରହା ମାଂସ ଜବତ କରିଥିବା ଜଣାପଡିଛି। ଏହି ମାମଲାରେ ବିଭିଷଣ ନାଏକ(୩୫) ନାମକ ବ୍ୟକ୍ତିଙ୍କୁ ଗିରଫ କରିଥିବା ଜଣାପଡିଛି। ଡୁଇସିଂ ଅଂଚଳରୁ ଜଙ୍ଗଲୀ ବାରହା ମାଂସ କୁଶଙ୍ଗ ହାତୀଗତ ଅଂଚଳକୁ ଚୋରାଚାଲାଣ ହେଉଥିବା ନେଇ କୁଶଙ୍ଗ ବନ୍ୟପ୍ରାଣୀ ବିଭାଗ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ପାଇଥିଲା।

ସୂଚନା ଅନୁସାରେ ବନ୍ୟପ୍ରାଣୀ ରେଞ୍ଜ ଅଫିସର ଅଶୋକ ଦାସ,ଡେପୁଟି ରେଞର ପ୍ରଦୀପ ଭୁତୀଆ,ଫରେଷ୍ଟର ମହେଶ କୁମାର ମେହେର ସହ ଆଂଟିସ୍କ୍ରା୍ଡ ଦଳ ସେଠାରେ ଛକି ରହିଥିଲେ। ଚେକ ଗେଟରେ ଏକ ସେପ୍‌ଲଣ୍ଡର ଗାଡିସହ  ୫୦କେ.ଜି ଓଜନର ବାରହା ମାଂସ ଜବତ କରିବା ସହ ଅଭିଯୁକ୍ତ ବିଭିଷଣଙ୍କୁ ଗିରଫ କରିଥିଲେ। ଏନେଇ କୁଶଙ୍ଗ ବନ୍ୟପ୍ରାଣୀ ପକ୍ଷରୁ କେଶ ନଂ-୦୨/୨୦ରେ ଏକ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ରେଞ୍ଜ ଅଫିସର ଶ୍ରୀ ଦାସ ସୂଚନା ଦେଇଛନ୍ତି।

Comments are closed.