କଣିହାଁ ପେଟ୍ରୋଲ ପମ୍ପ ଡକାୟତି ଉଦ୍ୟମ ପଣ୍ଡ; ୭ଡକାୟତକୁ କାବୁ କଲେ ଆଇଆଇସି

ବହୁ ମାରଣାସ୍ତ୍ର, କଟର, କାର, ମୁଖା, ମୋବାଇଲ ଜବତ

କଣିହାଁ : ଅନୁଗୋଳ ଜିଲା କଣିହାଁ ଥାନା ଅଂଚଳରେ ଥିବା ଆଦିତ୍ୟ ଆଶିଷ କେଏସକେ ନାମକ ଏକ ପେଟ୍ରୋଲ ପମ୍ପ ଡକାୟତି କରିବାକୁ ଯୋଜନା କରୁଥିବା ଉଦ୍ୟମ ପଣ୍ଡ ହୋଇଛି। ରାତ୍ରି ପାଟ୍ରୋଲିଂ ବେଳେ କଣିହାଁ ଆଇଆଇସି ପ୍ରଭାତ କୁମାର ତ୍ରିପାଠୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଡକାୟତି ଉଦ୍ୟମ ପଣ୍ଡ ହେବା ସହ ୭ଡକାୟତକୁ କାବୁ କରିଥିଲେ ଆଇଆଇସି। ଅଭିଯୁକ୍ତମାନଙ୍କ ଠାରୁ ଏକ ଏଟ୍ରିଗା କାର ନଂ ଓଡି୨୮-୮୭୮୨, ୨ଟି ଭୁଜାଲି, ଗୋଟିଏ ଛୁରି, ଗୋଟିଏ ଟାଙ୍ଗି, ଏକ ଲୁହା କଟର ମେସିନ, ସ୍କ୍ରିଉ ଡ୍ରାଇଭର, କ୍ରୋ ବାର,ତାର କଟା ମେସିନ, ୬ଟି ମୋବାଇଲ ଫୋନ, ୭ଟି ମୁଖା, ୧୪ ହାତ ଗ୍ଲୋବ, ୨ପ୍ୟାକେଟ ଲଙ୍କା ଗୁଣ୍ଡ ଜବତ କରାଯାଇଥିଲା। ୭ଅଭିଯୁକ୍ତମାନେ ହେଲେ ଦେବଗଡ ଜିଲା ରିଆମାଳ ଥାନା ଅନ୍ତର୍ଗତ ବୁଡିଡୋ ଗ୍ରାମର ନିତ୍ୟା ହାତି(୨୬), ସୁବାଶ ରଣା(କାଳିଆ) (୨୫), ସୁକାନ୍ତ କୁମାର ରଣା(୨୨), ସୁଜୟ ବାଘ(୨୨), ରିଆମାଳ ଥାନା କୁମଳ ଗ୍ରାମର ବିଧାନ ନାଏକ(୨୦), ରିଆମାଳ ଥାନା ଧରମପୁର ଗ୍ରାମର ସୁଶାନ୍ତ ବେହେରା(୨୮) (ଗାଡି ଚାଳକ), ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଟାଙ୍ଗିରି ଗ୍ରାମର କଳାକାର(କାଳିଆ) ନାଏକ(୨୭)। ସେମାନଙ୍କୁ ସୋମବାର କୋର୍ଟଚାଲାଣ କରାଯାଇଛି।
ଆଇଆଇସିଙ୍କ କହିବା ଅନୁଯାୟୀ, 
ଏକ ବଡଧରଣର ଡକାୟତି ଉଦ୍ୟମ ପଣ୍ଡ ହୋଇଛି। ରବିବାର ରାତି କଣିହାଁ ଥାନାର ଗୋଟିଏ ଗାଡି ଥାନାର କିଛି କର୍ମଚାରିଙ୍କୁ ନେଇ ନାକା ପେଟ୍ରୋଲିଂ କରିବାକୁ ଯାଇଥିଲା। ରାତି ପ୍ରାୟ ୧୨ଟାସମୟରେ ଅନ୍ୟ ଏକ ଗାଡିରେ ଆଇଆଇସି ପ୍ରଭାତ କୁମାର ତ୍ରିପାଠୀ ଜଣେ ହୋମଗାର୍ଡକୁ ନେଇ ପେଟ୍ରୋଲିିଂରେ ବାହାରିଥିଲେ। ପେଟ୍ରୋଲିଂ ସମସୟରେ ରାତି ପ୍ରାୟ ୧ଘଟିକା ସମୟରେ ଟାକୁଆ ବ୍ରିଜ ଉପରେ ଝରାବେରେଣି ପାଖରୁ ଏକ ଗାଡି ଆସୁଥିବା ଦେଖି ଅଟକାଇଥିଲେ। ସେମାନଙ୍କୁ ଆଇଅଇସି ପଚରା ଉଚୁରା ସମୟରେ ସନ୍ଦେହ ହେବାରୁ ଗାଡିକୁ ଯାଂଚ କରିଥିଲେ। ଗାଡି ଭତିରେ ଡ୍ରାଇଭରକୁ ମିଶାଇ ୭ଜଣ ଓ ବିଭିନ୍ନ ମାରଣାସ୍ତ୍ର ଦେଖି ଚମକି ପଡିଥିଲେ ଆଇଅଇସି। ପାଖରେ ଜଣେ ହୋମଗାର୍ଡ, ଗାଡି ଡ୍ରାଇଭର ସେମାନଙ୍କୁ କିପରି ସାମନା କରିବେ ଚିନ୍ତା କରି ବୁଦ୍ଧି ଖଟାଇଥିଲେ। ପାଖରେ ଥିବା ରିଭଲବଲ ବାହାର କରି ସମସ୍ତଙ୍କୁ ଚୁପଚାପ ବସ ନହେଲେ ଗୁଳି କରିବି ବୋଲି ଧମକ ଦେଲେ। ଅଭିଯୁକ୍ତମାନେ ଭୟରେ ଚୁପଚାପ ବସିବାରେ ଆଇଆଇସି ଘଟଣାସ୍ଥଳକୁ ଅନ୍ୟ ପେଟ୍ରୋଲିଂ ଗାଡିକୁ ଡାକିଲେ। ପରେ ସମସ୍ତ ଅଭିଯୁକ୍ତଙ୍କୁ କାବୁ କରି ଥାନାକୁ ଆଣି ଜେରା କରିବାରେ କଣିହାଁ ପେଟ୍ରୋଲିଂ ଟାଙ୍କି ଡକାୟତି କରିବାକୁ ଆସିଥିଲେ ବୋଲି ଜଣାପଡିଥିଲା। ପରେ ଆଇଆଇସି ଏଥିନେଇ ଏକ ମୋକଦମା ୧୭୨/୩୧-୮-୨୦ ଦଫା୩୯୯/୪୦୨/୧୨୦(ବି), ୨୫ ଆର୍ମସ ଆକ୍ଟରେ ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ ତାଳଚେର କୋର୍ଟକୁ ଚାଲାଣ କରିଛନ୍ତି। ସମସ୍ତ ଅଭିଯୁକ୍ତ ବହୁ ଚୋରିରେ ସଂପୃକ୍ତ ଥିବା ଜଣାଯାଇଛି।

Comments are closed.