ବ୍ୟାପକ ପରିମାଣର କଫସିରଫ୍ ଜବତ, ୪ ଗିରଫ

ବରଗଡ଼ର : ବରଗଡ଼ ଜିଲାରେ ଏବେ ବ୍ୟାପକ ଭାବେ ନିଶା କାରବାର ଚାଲୁଛି। ବେଆଇନ ଭାବେ ବିକ୍ରି କରିବାକୁ ଆସୁଥିବା ବ୍ୟାପକ ପରିମାଣର କଫ ସିରଫ୍‌କୁ ପୁଲିସ ଜବତ କରିବା ସହ ଏଥିରେ ସଂପୃକ୍ତ ୪ ଜଣଙ୍କୁ ଗିରଫ କରିଛି। ଏହି ଘଟଣା ଉପରେ ଆଧାରିତ ଏକ ସାମ୍ବାଦିକ ସମ୍ମିଳନୀରେ ବରଗଡ଼ ଏସ୍ପି ପଦ୍ମିନୀ ସାହୁ ସବିଶେଷ ସୂଚନା ପ୍ରଦାନ କରିଛନ୍ତି ।

ଗିରଫ ବ୍ୟକ୍ତିମାନେ ସମସ୍ତେ ବରଗଡ଼ ଜିଲାର ହୋଇଥିବାବେଳେ ବିଭିନ୍ନ ଥାନାରେ ଆଗରୁ ସେମାନଙ୍କ ନାମରେ ଅନେକ ଅପରାଧିକ ମାମଲା ରହିଛି । ଏସ୍ପିଙ୍କ ସୂଚନା ଅନୁସାରେ, ଅପରାଧିମାନେ ରାଜଧାନୀ ଭୁବନେଶ୍ବରରୁ ଦୁଇଟି ଗାଡ଼ିରେ କଫସିରଫ୍ ଲଦି ବରଗଡ଼ରେ ବିକ୍ରି କରିବାକୁ ଆଣୁଥିବା ପୁଲିସକୁ ସୂଚନା ମିଳିଥିଲା। ଖବର ପାଇ ବରପାଲି ପୁଲିସ ତାହା ଧରିବାରେ ସଫଳ ହୋଇଛି। ସେମାନଙ୍କ ଠାରୁ ୩୨୯୦ ସିଲ୍ କଫ୍ ସିରଫ୍, ୭୦ଟି ବୋତଲ ଖୋଳା , ୨ଟି ଚାରି ଚକିଆ ଗାଡି , ୮୦ଟି ନିଶା ବଟିକା, ୪ଟି ମୋବାଇଲ ଜବତ କରିଛି।

Comments are closed.