ପୁଣି ମାତୃହନ୍ତା ସାଜିଲା ପୁଅ ; ଅଭିଯୁକ୍ତ ଗିରଫ

0

କଳାହାଣ୍ଡି : ମା’ କୁ ହତ୍ୟା କରି ମାଟି ତଳେ ପୋତିଲା ପୁଅ । ଏଭଳି ଏକ ଅଭାବନୀୟ ଘଟଣା କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ଘଟିଛି । ଅଭିଯୁକ୍ତ ପୁଅକୁ ପୁଲିସ ଗିରଫ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ପୂର୍ବେ ମା’ ଓ ପୁଅଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ପୁଅ ମାକୁ ଛୁରି ଭୁଶିଥିଲା। ଗୁରୁତର ଅବସ୍ଥାରେ ଗ୍ରାମବାସୀ ମାକୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଚିକିତ୍ସା ହୋଇ ଗତକାଲି ମହିଳା ଜଣକ ଘରକୁ ଫେରିଥିଲେ । କିନ୍ତୁ ହଠାତ୍ ତାଙ୍କର ଅସ୍ୱାଭାବିକ ଭାବରେ ମୃତ୍ୟୁ ଘଟିଥିଲା । ପରେ ମା’ର ମୃତଦେହକୁ ମାଟି ଖୋଳି ପୋତି ଦେଇଥିଲା ପୁଅ । ଗ୍ରାମବାସୀଙ୍କ ଠାରୁ ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ।

Leave A Reply