ଠକେଇ ଅଭିଯୋଗରେ ଓଡିଶାର ଗୋଲଡେନ୍ ବାବା ଗିରଫ

0

ଭୁବନେଶ୍ୱର: ବିଭିନ୍ନ ଅପରାଧିକ ମାମଲାରେ ସଂପୃକ୍ତ ଥିବା ଜ୍ୟୋତିରଞ୍ଜନ ବେହୁରା ଓରଫ ଗୋଲଡେନ୍ ବାବା ଗିରଫ ହୋଇଛନ୍ତି । ସୋମବାର ଅପରାହ୍ନରେ ଚନ୍ଦ୍ରଶେଖର ପୁଲିସ ଭୁବନେଶ୍ବରରୁ ଗିରଫ କରିଛି । ନିଜକୁ ରାଜନୈତିକ ନେତା କହି ଭୁବନେଶ୍ୱରର ବିଭିନ୍ନ ସାମଜିକ କାର୍ୟ୍ୟକ୍ରମରେ ସେ ଯୋଗ ଦେଉଥିଲେ । ଚେକ୍ ବାଉନ୍ସ, ଠକେଇ ଓ ଜମି ଜାଲିଆତି ଭଳି ୧୯ଟି ଅଭିଯୋଗ ତାଙ୍କ ନାମରେ ଥିଲା। ଅନେକ ଦିନ ହେଲା ପୁଲିସ ତାକୁ ଧରିବାକୁ ଉଦ୍ୟମ କରୁଥିଲେ ହେଁ ପୁଲିସ ଆଖିରେ ଧୂଳି ଦେଇ ସେ ଫେରାର ହୋଇଯାଇଥିଲା । ସୋମାବର ପୁଲିସ ତାକୁ ଗିରଫ କରି ପଚାରଉଚରା କରୁଛି ପରେ କୋର୍ଟ ଚାଲଣ କରାଯିବ ବୋଲି ଜଣାପଡିଛି ।

Leave A Reply