ପୁଲିସ ଅଧିକାରୀଙ୍କୁ ସ୍ୱାଗତ କରିବାକୁ ଆସି ଗିରଫ ହେଲେ ଗାଁ ମୁଖିଆ

0

ଲକ୍ଷ୍ମୌ:  ପୁଲିସ ଅଧିକାରୀଙ୍କୁ ସ୍ୱାଗତ କରିବାକୁ ଆସିବା ଜଣେ ଗାଁ ମୁଖିଆଙ୍କ ପାଇଁ ମହଙ୍ଗା ସାବସ୍ତ୍ୟ ହୋଇଛି । ଏହି ମୁଖିଆ ଜଣଙ୍କ ଏକ ବଳାତ୍କାର ଉଦ୍ୟମ ମାମଲାରେ ଫେରାର ହୋଇଯାଇଥିଲେ । ବୁଧବାରରେ ଉତ୍ତରପ୍ରଦେଶର ପାର୍ତାପୁର ଗ୍ରାମରେ ଥିବା ଥାନାରେ ନୂଆ ଥାନା ଅଧିକାରୀଙ୍କୁ ସ୍ୱାଗତ କରିବା ପାଇଁ  ଗ୍ରାମର ମୁଖିଆ ଇତଓ୍ୱାର ସିଂ  ଆସିଥିଲେ ।

ଏତିକି ବେଳେ ନୂତନ ଥାନା ଅଧିକାରୀ ରାଜକୁମାର ଶର୍ମାଙ୍କୁ ତାଙ୍କର ତଳ ଅଧିକାରୀମାନେ ମୁଖିଆଙ୍କ ଅପରାଧ ବିଷୟରେ କହିଥିଲେ । ଥାନା ଅଧିକାରୀ ତୁରନ୍ତ ଇତଓ୍ୱାରଙ୍କୁ ଗିରଫ କରିଥିଲେ ।

Leave A Reply