ବାହାଘର ଭୋଜିରେ ଅତିଥି ରୂପରେ ଲୁଟ ଘଟଣା; ଜଣେ ଗିରଫ

ଭୁବନେଶ୍ୱର : ଚୋରି କରିବାର ବିଭିନ୍ନ ପ୍ରକାର ଶୈଳୀ ଆପଣ ଦେଖିଥିବେ ଓ ଶୁଣିଥିବେ। ମାତ୍ର ବାହାଘର ଭୋଜିରେ ଅତିଥି ସାଜି ଆସି ଚୋରି କରିବା ଏକ ଅଭିନବ ଉପାୟରେ ରାଜଧାନୀ ଭୁବନେଶ୍ୱରରେ କିଛି ଦିନ ତଳେ ଦେଖିବାକୁ ମିଳିଥିଲା। ଖଣ୍ଡଗିରି ଅଞ୍ଚଳରେ ଥିବା ଏକ ମଣ୍ଡପରୁ ହୋଇଥିବା ଚୋରି ଘଟଣାର ଆଜି ପର୍ଦ୍ଦାଫାସ ହୋଇଛି। ସମ୍ପୃକ୍ତ ଘଟଣାରେ ଅତିଥି ସାଜି ଆସିଥିବା ଜଣେ ଚୋରକୁ ପୁଲିସ ଗିରଫ କରିଛି। ବାହାଘରରେ ଉଭୟ ପକ୍ଷର କେହି ବୋଲି କହି ପରିଚୟ ଦେଇ ବାହାଘର ଭୋଜିରେ ପ୍ରବେଶ କରିବା ପରେ ଚୋର ଲୁଟ କରିଥିଲା। ପୂର୍ବରୁ ମଧ୍ୟ ବିଭିନ୍ନ ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେଇ ଗିରଫ ହୋଇଥିବା ଚୋରଟି ଲୁଟ କରିଥିଲା ବୋଲି ସୂଚନା ମିଳିଛି। ଘଟଣାର ଅଧିକ ତଦନ୍ତ ପୁଲିସ ଜାରି ରଖିଛି।

Comments are closed.