୭୬ ଲିଟର ମହୁଲି ମଦ ଜବତ , ୪ ଗିରଫ

ପାଟଣା :  କେନ୍ଦୁଝର ଜିଲା ପାଟଣା ଅବକାରୀ ବିଭାଗ ତରଫରୁ  ମଙ୍ଗଳବାର ପାଟଣା ଥାନା ଅଞ୍ଚଳରେ ଚଢ଼ାଉ କରି  ମୋଟ ୭୬ ଲିଟର ମହୁଲି ମଦ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି । ପାଟଣା ଥାନା ଅସନବାହାଳି ଗ୍ରାମର ଜଗନ୍ନାଥ ମୁଣ୍ଡା ଠାରୁ ୬ଲିଟର ,  ଗାଲଫୁଲା ଗ୍ରାମର  ସୁରେଶ ମୁଣ୍ଡାଠାରୁ ୧୦ଲିଟର , ବଡିବିଲ ଗ୍ରାମର ମିତ୍ର ହୋଠାରୁ ୩୦ଲିଟର ଓ  ଟଭାସରୁଆ ଗ୍ରାମର ସୁବାସ ମହାରଣାଠାରୁ ୩୦ଲିଟର ମହୁଲି ମଦ ଅବକାରୀ ବିଭାଗ ଜବତ କରିଛି ।  ଅଭିଯୁକ୍ତ ୪ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଚଢ଼ାଉରେ ପାଟଣା ଅବକାରୀ ସବ୍ଇନସ୍ପେକ୍ଟର ଦିଲ୍ଲୀପ କୁମାର ତାଣ୍ଡିଙ୍କ ସମେତ ଅନ୍ୟ କର୍ମଚାରୀ ମଧ୍ୟ ସାମିଲ ଥିଲେ।

Comments are closed.