ଗିରଫ ହୋଇ ଜାମିନରେ ଗଲେ ବୌଦ୍ଧ ଡେପୁଟି କଲେକ୍ଟର

ଝାରସୁଗୁଡ଼: ପତ୍ନୀକୁ ମାର ପିଟ କରିଥିବା ଅଭିଯୋଗ ରେ ଆଜି ଗିରଫ ହୋଇଥିବା ବୌଦ୍ଧ ଜିଲ୍ଲାରେ ଡେପୁଟି କଲେକ୍ଟର ରୂପେ ଅବସ୍ଥାପିତ ରହିଥିବା ଶରତ ବାଗ ଜାମିନରେ ମୁକୁଳିଛନ୍ତି ।

ପତ୍ନୀ ଡୋଳିଆଙ୍କ ଅଭିଯୋଗ ମତେ, ଶରତ ନିଜ ବାନ୍ଧବୀ ଓ ସଂପର୍କୀୟ ମାନଙ୍କ ସହ ଝାରସୁଗୁଡାକୁ କୌଣସି କାମରେ ଆସିଥିଲେ। ସେ ପ୍ରତିବାଦ କରିବାରୁ ତାଙ୍କୁ ମାଡ଼ପିଟ କରିଥିବା ସମ୍ବନ୍ଧରେ ଗତ ୨୬ ତାରିଖ ବିଟିଏମ ଫାଣ୍ଡିରେ ଅଭିଯୋଗ କରିଥିଲେ। ଆଜି ଝାରସୁଗୁଡା ପୋଲିସ ଶରତ ବାଗଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଏହା ପୂର୍ବରୁ ପ୍ରଶାସନିକ ଅଧିକାରୀ ଶରତ ବାଗ ବଲାଙ୍ଗୀରରେ ଅବସ୍ଥାପିତ ରହିଥିବା ସମୟରେ ଏହି ସ୍ୱାମୀ ସ୍ତ୍ରୀଙ୍କ କୋର୍ଟରେ ମାମଲା ବିଚାରାଧୀନ ରହିଛି। ସ୍ୱାମୀ ଡେ଼ପୁଟି କଲେକ୍ଟର ଶରତ ବାଗ କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ । ଏହା ଏକ ଘରୋଇ କଳି ଓ ଆପୋଷ ବୁଝା ମଣା ହୋଇଛି ବୋଲି ତାଙ୍କ ଓକିଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Comments are closed.