ଯୁବକଙ୍କ ମୁଣ୍ଡ କାଟିଥିବା ସମ୍ପର୍କୀୟ ଭାଇ ଗିରଫ

ସମ୍ବଲପୁର : ସମ୍ବଲପୁର ଭାଲୁପାଲି ଅଞ୍ଚଳରେ ଯୁବକଙ୍କ ମୁଣ୍ଡ କାଟି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ମୃତ ଯୁବକଙ୍କ ସମ୍ପର୍କୀୟ ଭାଇ ବୋଲି ଜଣାପଡିଛି। ଯୁବକଙ୍କ କଟା ମୁଣ୍ଡ ଅଭିଯୁକ୍ତ ନିକଟରୁ ମିଳିଛି। ଅଭିଯୁକ୍ତକୁ ପୁଲିସ ଅଇଁଠାପାଲି ଥାନା ଠାରୁ ଅଳ୍ପ ଦୂରରୁ ଗିରଫ କରିଛି। ଏହାସହ ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ପୁଲିସ ଜବତ କରିଛି। ତେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି।

Comments are closed.