ଜିଏସ୍‌ଟି ଠକେଇ ଅଭିଯୋଗରେ ଜଣେ ଗିରଫ

ରାଉରକେଲା : ମଙ୍ଗଳବାର ଦିନ ୧୮ କୋଟିର ଜିଏସ୍‌ଟି ଠକେଇରେ ଜଣେ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ତାଙ୍କ ନାମ ହେଉଛି କମଲ ପସାରୀ। ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ରାଉରକେଲା ଜିଏସ୍‌ଟି କମିଶନରେଟ୍‌ ଚଢଉ କରି ବ୍ୟବସାୟୀଙ୍କୁ ଗିରଫ କରିଛି। ଏହାସହ ଅନ୍ୟ କେତେକ ବ୍ୟବସାୟିକ ପ୍ରତିଷ୍ଠାନରେ ମଧ୍ୟ ଚଢଉ କରାଯାଇଥିବାର ଜଣାପଡିଛି।

Comments are closed.