ଆସିକା ବିଧାନସଭା ପ୍ରାର୍ଥୀ ମନୋଜ ଜେନା ହତ୍ୟା ଘଟଣା; ଆଉ ୫ଅଭିଯୁକ୍ତ ଗିରଫ

ବ୍ରହ୍ମପୁର : ଆସିକା ବିଧାନସଭା ପ୍ରାର୍ଥୀ ମନୋଜ ଜେନା ହତ୍ୟା ଘଟଣାରେ ବ୍ରହ୍ମପୁର ପୁଲିସ ଆଉ ୫ଜଣ ଅଭିଯୁକ୍ତଙ୍କୁ ବୁଧବାର ଗିରଫ କରିଛି । ସେମାନେ ହେଲେ ଆସିକା ଅଞ୍ଚଳର ଆନନ୍ଦ ସ୍ୱାଇଁ, ଶଙ୍କର ରାଉତ, ଶିବରାମ ବେହେରା, କାର୍ତିକ ନାହାକ ଓ ସୁନୀଲ କୁମାର ନାହାକ । ଅଭିଯୁକ୍ତଙ୍କ ଠାରୁ ୨ଟି ଦେଶୀ ବନ୍ଧୁକ, ୩ଟି ବାଇକ ଓ ୧୦ଟି ମୋବାଇଲ ଜବତ ହୋଇଛି । ଏହି ଘଟଣାରେ ପୁଲିସ ପୂର୍ବରୁ ଆସିକାର ହୃଷୀ ପାତ୍ର ଓ ଗଣେଷ ନାୟକଙ୍କୁ ଏନକାଉଣ୍ଟର କରିସାରିଛି । ଭଗବାନ ସାହୁ ନାମକ ଆଉ ଜଣେ ଅଭିଯୁକ୍ତ ଫେରାର ରହିଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସପି ପିନାକ ମିଶ୍ର କହିଛନ୍ତି ।

Comments are closed.