ପୁଲିସ କର୍ମଚାରୀଙ୍କୁ ଅଟକ ରଖିବା ଘଟଣା; ୩୦ ଅଭିଯୁକ୍ତ ଗିରଫ

କୋଣାର୍କ : ପୁଲିସ କର୍ମଚାରୀଙ୍କୁ ଅଟକ ରଖିବା ଘଟଣାରେ ୩୦ଜଣଙ୍କୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି। ପୁରୀ ଜିଲାର ଗୋପ ଥାନା ଅନ୍ତର୍ଗତ ରେଢୁଆ ଗାଁରୁ ୨୦ ମହିଳା ଓ ୧୦ଜଣ ପୁରୁଷଙ୍କୁ ପୁଲିସ ଗିରଫ କରିଛି। ଗୋପ ଥାନା ପୁଲିସ ବିଳମ୍ବିତ ରାତିରେ ଗାଁରେ ପଶି ସମସ୍ତ ଅଭିଯୁକ୍ତଙ୍କୁ ଉଠେଇ ନେଇଛି । ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କୁ ପୁରୀ ସ୍ଥାନାନ୍ତର କରାଯାଇଥିବା ଖବର ମିଳିଛି।

ସୂଚନା ଅନୁଯାୟୀ, ଗତ ୬ ତାରିଖରେ ଗୋପ ଥାନା ପୁଲିସ ଅଭିଯୁକ୍ତକୁ ଧରିବାକୁ ଯାଇ ଅନ୍ୟ ଲୋକଙ୍କ ଘରେ ପଶିଥିଲା। ପ୍ରତିବାଦରେ ପୁଲିସକୁ ଅଟକ ରଖିଥିଲେ ଗ୍ରାମବାସୀ। ଅଭିଯୁକ୍ତଙ୍କୁ ନ ଛାଡ଼ି ପୁଲିସକୁ ୬ ଘଣ୍ଟା ଧରି ଅଟକ ରଖିଥିଲେ ଗ୍ରାମବାସୀ ।

Comments are closed.