ଦଳକି ଜଙ୍ଗଲରେ ଜୁଆ ଖେଳ; ୪ ଗିରଫ

ରେଙ୍ଗାଲି : ଠେଲକୁଲି ଥାନା ଅନ୍ତର୍ଗତ ଲପଙ୍ଗା ପାଖରେ ଥିବା ଦଳକି ଜଙ୍ଗଲରେ ଜୁଆ ଖେଳ ଚାଲୁଥିବା ବେଳେ ଠେଲକୁଲି ଆଇଆଇସି ସୁରୁବାବୂ ଛତ୍ରିଆ ସଦଳବଳେ ଅତର୍କିତ ଚଡଉ କରିଥିଲେ। ପୁଲିସକୁ ଦେଖି ଜୁଆଡିମାନେ ଜଙ୍ଗଲ ଭିତରେ ଦୌଡି ପଲାଇବାକୁ ଚେଷ୍ଟା କରିଥିଲେ। ତେବେ ପୁଲିସ ନାକାବନ୍ଦି କରି ୪ ଜୁଆଡିଙ୍କୁ କାବୁକରି ଗିରଫ କରିଥିଲା। ସେମାନଙ୍କ ଠାରୁ ୬୫୨୦ ଟଙ୍କା, ୪ ଟି ମୋବାଇଲ୍, ୫୪ ପତା ତାସ୍, ଗୋଟିଏ ପ୍ରବିଷ୍ଟିକୁ ତାରପୋଲିସ୍ ଜବତ କରାଯାଇଛି। ଏହା ବ୍ୟତୀତ ସେମାନେ ବ୍ୟବହାର କରିଥିବା ୨ଟି ବାଇକ୍ ମଧ୍ୟ ଜବତ କରାଯାଇଛି। ଆଜି ୪ ଜଣ ଯାକ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ମାନେ ହେଲେ ଖିଣ୍ଡା ମାତୁଲୂକେମ୍ପର ପିତାମ୍ବର ରୋହିଦାସ(୨୦) ହୀରାକୁଦର ରଞ୍ଜିତ ସିଂ(୨୮) ଲରପଙ୍କର ପିତାମ୍ବର ଭୋଇ(୪୫) ଏବଂଝାରସୁଡା, ବୁରୋମାଲର ଅନୁପ ସାହୁ (୨୦) ବୋଲି ଆଇଆଇସି ଶ୍ରୀ ଛତ୍ରିଆ କହିଛନ୍ତି।

Comments are closed.