ତହସିଲଦାର ଆକ୍ରମଣ ଘଟଣା : ୪ ଜଣ ବାଲି ମାଫିଆ ଗିରଫ

ଦ୍ୱାରଶୁଣି : ମୟୂରଭଞ୍ଜ ଜିଲ୍ଲା ସାରସକଣା ଭାରପ୍ରାପ୍ତ ତହସିଲଦାର ମୋହିନୀ କୁମାର ନାଏକଙ୍କୁ ଆକ୍ରମଣର ଲିଖିତ ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ଝାରପୋଖରିଆ ପୁଲିସ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତ ହେଲେ ସମେନ ଭଦ୍ର ,ଅର୍ଧେନ୍ଦୁ ନାଏକ, ଆଶିଷ କୁମାର ଘୋଷ, ଅଜୟ ପାଇକରାୟ । ଅଭିଯୋଗ ମୁତାବକ ଘଟଣା ଦିନ ରାତିରେ ୧୦ଜଣ ମରଣାନ୍ତକ ଆକ୍ରମଣ କରିଥିବା ବେଳେ ଗୁରୁବାର ବିଳମ୍ବିତ ରାତିରେ ୪ଜଣ ଅଭିଯିକ୍ତଙ୍କୁ ଗିରଫ କରାଯାଇଛି। ଅନ୍ୟ ୬ଜଣ ଅଭିଯୁକ୍ତ ଫେରାର ଅଛନ୍ତି ଏବଂ ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଥାନାଧିକାରୀ ସୁଦର୍ଶନ ଗାଙ୍ଗଇ ପ୍ରକାଶ କରିଛନ୍ତି ।

ସୂଚନା ଅନୁଯାୟୀ, ସାରସକଣା ତହସିଲଦାର ମହିନି କୁମାର ନାଏକଙ୍କୁ ବୁଧବାର ରାତି ୧୧ଟା ସମୟ ପାଖାପାଖି ମରଣାନ୍ତକ ଆକ୍ରମଣ କରାଯାଇଥିବା ନେଇ ଝାରପୋଖରୀଆ ଥାନାରେ ଅଭିଯୋଗ ହୋଇଥିଲା। .ଆର.ଆଇ. ମାନଙ୍କୁ ନେଇ ଗାଡ଼ିରେ ବାଲି ବୋଝେଇ ହୋଇ ଯାଉଥିବା ଟ୍ରାକ୍ଟରକୁ ପିଛା କରୁଥିବା ସମୟରେ, ତହସିଲଦାରଙ୍କ ଗାଡିକୁ ଦୁର୍ଘଟଣା କରାଇବା ପରି ଚାଳନା କରି ପଳାଇ ଯାଉଥିବା ବେଳେ, ତହସିଲଦାର ପିଛାକରି ପାଣ୍ଡରା ଗ୍ରାମକୁ ପହଁଛିଥିଲେ। ତେବେ ତହସିଲଦାର ଘଟଣାସ୍ଥଳରୁ ଫେରିବା ସମୟରେ ଅଚାନକ ୭ରୁ ୮ଜଣ ଲୋକେ ଗାଡିକୁ ଅଟକାଇବା କ୍ଷଣି ଭଡାରେ ଆଣିଥିବା ସ୍କର୍ପିଓ ଗାଡିର ଆଗ କାଚ ଓ ଝରକା କାଚ ମାରି ଭାଙ୍ଗିବା ସହ ଡ୍ରାଇଭରକୁ ଆକ୍ରମଣ ପରେ ତହସିଲଦାରଙ୍କୁ ଆକ୍ରମଣ କରିଥିଲେ।ଆକ୍ରମଣରେ ତହସିଲଦାରଙ୍କ ଗାଡି ଭାଙ୍ଗି ରୁଜି ଯାଇଥିବାବେଳେ ସେ ଗୁରୁତର ଭାବେ ଆହତ ହୋଇଥିଲେ । ଖବର ପାଇ ଝାରପୋଖରିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତହସିଲଦାରଙ୍କୁ ଉଦ୍ଧାର କରି ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଇ ଆଣିଥିଲେ । ଗୁରୁବାର ଥାନା ରେ ଅଭିଯୋଗ ପରେ ପୋଲିସ ତରଫରୁ ୨୨/୨୦୨୦ କେସ ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା।

Comments are closed.