ଦୁଇ ଦିନରେ ୨୦୫ ଲିଟର ମହୁଲି ମଦ ଜବତ : ୭ ଗିରଫ

ବ୍ରାହ୍ମଣୀଗାଁ : କନ୍ଧମାଳ ଜିଲା  ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ମଦ କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ବିଭିନ୍ନ ସମୟରେ ଦାବି ହୋଇଆସୁଥିଲେ ମଧ୍ୟ ଏହା ଥମିବାର ନା ଧରୁନାହିଁ। ପୁଲିସ ଡାଳେ ଡାଳେ ଗଲେ ବ୍ୟବସାୟୀମାନେ ପତରେ ପତରେ ଗଲାଭଳି ପରିସ୍ଥିତି ଉପୁଜୁଛି। ତଥାପି ମହୁଲି ରନ୍ଧା ମଦ ବିକ୍ରି କାରବାରକୁ ରୋକିବା ପାଇଁ ବ୍ରାହ୍ମଣୀଗାଁ ପୋଲିସର ଲଗାତାର ଉଦ୍ୟମ ଜାରି ରଖିଛି। ଗତ ଦୁଇଦିନରେ ବିଭିନ୍ନ ସ୍ଥାନରେ ଚଢଉ କରି ୨୦୫ ଲିଟର ମହୁଲି ମଦ ଜବତ କରିବାସହ ୭ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୁଲିସ ପକ୍ଷରୁ ଜଣା ପଡିଛି। ଚଢାଉ ସମୟରେ ଥାନା ଅଧିକାରୀ ଶ୍ରୀ ମୁନୀଙ୍କ ସହ ଏସ୍‍.ଆଇ ସଂଗ୍ରାମ କେଶରୀ ଜେନା ,ଏ.ଏସ୍‍.ଆଇ ପ୍ରମୋଦ କୁମାର ଦୀପ୍‍ ଓ ଗୃହରକ୍ଷୀ ମାନେ ସାମିଲ ଥିଲେ।

ସୂଚନା ଅନୁଯାୟୀ,  ବେଆଇନ ଭାବେ ମହୁଲି ରନ୍ଧାମଦ ବିକ୍ରି କରାଯାଉଥିବା ବେଳେ ଶୁକ୍ରବାର ଦିନ କୁମ୍ଭାରୀ ଗ୍ରାମ ପଞ୍ଚାୟତର ଟୁଡୁବିଜୁ ଗ୍ରାମରେ ଅଚାନକ ଭାବେ ବ୍ରାହ୍ମଣୀଗାଁ ପୁଲିସ ପକ୍ଷରୁ ଚଢଉ କରାଯଇ ୬୦ ଲିଟର ମଦ ସହ ଦୁଇଜଣଙ୍କୁ ଗିରଫ କରିଥିବା ବେଳେ ଶନିବାର ଦିନ ପୁଣି ସେହି ଗ୍ରାମରେ ଚଢଉ କରି ୧୦୫ ଲିଟର ମଦ ସହ ଚାରିଜଣଙ୍କୁ ଓ ଝିଂଜିରୀଗୁଡା ପଞ୍ଚାୟତର କିରାମାହା ଗ୍ରାମରୁ ୪୦ ଲିଟର ମଦ ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।  ସେମାନେ ହେଲେ ଟୁଡୁବିଜୁ ଗ୍ରାମର ସତ୍ୟ ଦେଶମାଝୀ ,ଦାସ ପରିଛାକୁ  ଶୁକ୍ରବାର ଦିନ ଗିରଫ କରାଯାଇଥିବା ବେଳେ ସେହିଗ୍ରାମର ନାୟକ ଦେଶ ମାଝୀ ,ବିନୋଦ ମଲ୍ଲିକ, ଯୁଲିଆନ ମଲିକ, ଦିବାକର ଦେଶ ମାଝୀ ଓ କିରାମାହା ଗ୍ରାମର ସେନ ସାପ ମଲ୍ଲିକ। ସମସ୍ତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରଂଜିତ କୁମାର ମୁନୀ ସୂଚନା ଦେଇଛନ୍ତି।

Comments are closed.