୬ଜୁଆଡ଼ି ଗିରଫ ; ୨୭୭୦ଟଙ୍କା ଜବତ 

ଦ୍ୱାରଶୁଣି : ମୟୁରଭଞ୍ଜ ଜିଲାର ସଦର ମହକୁମା ଓ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ଜୁଆ ଆଡ୍ଡାରେ ରବିବାର ପୁଲିସ ଚଢାଉ କରିଛି। ବାଙ୍ଗିରିପୋଷି ପୁଲିସ ଚୁଆପାଣିରେ ଚଢ଼ାଉ କରି ୬ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୨,୭୭୦ ଟଙ୍କା  ଜବତ କରିଛି ।  ବାଙ୍ଗିରିପୋଷି ଥାନାରେ ୧୨୫/୧୯ ଏକ କେଶ ରୁଜୁ କରାଯଆଇ ଜୁଆଡ଼ିଙ୍କୁ ଗିରଫ କରାଯାଇଛି ।  ଗିରଫ ହୋଇଥିବା ସମସ୍ତ ଜୁଆଡ଼ିଙ୍କୁ କୋର୍ଟ ଚାଲଣ କରାଯିବ ବୋଲି ଥାନା ଅଧିକାରୀ ଚନ୍ଦନ ଗଡେଇ କହିଛନ୍ତି।

Comments are closed.