୯୫ ଜୁଆଡ଼ି ଗିରଫ ; ସାଢେ ୪ ଲକ୍ଷ ଟଙ୍କା ଜବତ

ବ୍ରହ୍ମପୁର : ବ୍ରହ୍ମପୁର ସହର ଓ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ଜୁଆ ଆଡ୍ଡାରେ ପୁଲିସ ଚଢାଉ କରି ୯୫ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ସାଢେ ୪ ଲକ୍ଷ ଟଙ୍କା ମଧ୍ୟ ଜବତ କରିଛି। ଏହାସହ ୨୪ଟି ମୋବାଇଲ ଫୋନ, ୪ଟି ମୋଟର ସାଇକେଲ ମଧ୍ୟ ଜବତ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଟାଉନଥାନା ପୁଲିସ ୨ଟି ସ୍ଥାନରୁ ୨୨ଜଣ ଜୁଆଡ଼ି, ବଡ଼ ବଜାର ଥାନା ପୁଲିସ ୨ଟି ସ୍ଥାନରୁ ୨୬ଜଣ ଜୁଆଡ଼ି, ଗୋସାଣି ଥାନା ପୁଲିସ ୧୦ ଜଣ ଜୁଆଡ଼ି, ଗୋଳାନନ୍ଦ ଥାନା ପୁଲିସ ୨ଟି ସ୍ଥାନରୁ ୮ ଜଣ ଜୁଆଡ଼ି, କେ ନୁଆଁ ଗାଁ ଥାନା ପୁଲିସ ୩ଟି ସ୍ଥାନରୁ ୯ ଜଣ ଜୁଆଡ଼ି, ଦିଗପହଣ୍ଡି ପୁଲିସ ୩ଟି ସ୍ଥାନରୁ ୧୫ ଜଣ ଜୁଆଡ଼ି, ଜରଡ଼ା ଥାନା ପୁଲିସ ଗୋଟିଏ ସ୍ଥାନରୁ ୩ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ସମସ୍ତ ଜୁଆଡ଼ିଙ୍କୁ କୋର୍ଟ ଚାଲଣ କରାଯିବ ବୋଲି ଅତିରିକ୍ତ ଏସପି ପି.କେ ମିଶ୍ର କହିଛନ୍ତି।

Comments are closed.