ଚାକିରି ଦେବା ନାଁରେ ଠକେଇ ଅଭିଯୋଗ ; ୩ ଗିରଫ

ନବରଙ୍ଗପୁର : ଚାକିରି ଦେବା ନାଁରେ ଠକେଇ କରିଥିବା ଅଭିଯୋଗରେ ଶନିବାର ଉମରକୋଟ୍ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ସହିଦ ନଗର  ଅଞ୍ଚଳରୁ ଗିରଫ କରିଛି  ।  ଅଭିଯୁକ୍ତମାନେ ହେଲେ ଅନୀଲ ବାନାର୍ଜୀ, ସୁଯୋଗ୍ୟ  ଗୁରୁ ଓ ସାଗର ଜେନା ।

ସୂଚନା ଅନୁଯାୟୀ, ଏହି ୩ଜଣ ଅଭିଯୁକ୍ତ କୋରାପୁଟ , ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର ଅଞ୍ଚଳରେ ଚାକିରି ଦେବା ନାଁରେ କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା ।

Comments are closed.