ଛାତ୍ରୀଙ୍କୁ ଅସଦାଚରଣ ଘଟଣା ;  ଶିକ୍ଷକ ଗିରଫ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜଣେ ସପ୍ତମ ଶ୍ରେଣୀ  ଛାତ୍ରୀଙ୍କୁ ଶିକ୍ଷକ ଅସଦାଚରଣ କରିଥିବା ଘଟଣାରେ ପୁଲିସ ବୁଧବାର ଶିକ୍ଷକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।

ସୂଚନା ଅନୁଯାୟୀ, ଶିକ୍ଷକ ଜଣକ ହେଲେ ଦାରିଙ୍ଗବାଡ଼ି ଅଞ୍ଚଳର ପ୍ରଶାନ୍ତ କୁମାର ସାହୁ। ସେ  ଦାରିଙ୍ଗବାଡ଼ି ବ୍ଲକର ଲତେସବାନ୍ଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ। ଗତ ୨୦ ତାରିଖରେ ପ୍ରଶାନ୍ତ କୁମାର ସାହୁ ଦାରିଙ୍ଗବାଡ଼ି ନିଲକନ୍ଦର ସାହି ସ୍ଥିତ ନିଜ ବାସଭବନରେ କିଛି ପିଲାଙ୍କୁ ଟ୍ୟୁସନ୍‌ କରୁଥିଲେ। ଏହି ସମୟରେ ସମ୍ପୃକ୍ତା  ଛାତ୍ରୀଙ୍କୁ ନିଜ ବେଡରୁମ୍‌କୁ ଡାକି ନେଇ ଅସଦାଚାରଣ କରିଥିଲେ। ଛାତ୍ରୀଜଣକ କାନ୍ଦି କାନ୍ଦି ଆସି ଘର ଲୋକଙ୍କୁ କହିବା ପରେ ଘଟଣା ପଦାକୁ ଆସିଥିଲା। ପରିବାର ପକ୍ଷରୁ ଏନେଇ ଥାନାରେ ଅଭିଯୋଗ କରାଯାଇଥିଲା।  ଶାଳୀନତା ନଷ୍ଟକରିବା, ଆଦିବାସୀ ହରିଜନ ନିର୍ଯ୍ୟାତନା ଓ ନାବାଳିକା ହୋଇଥିସବାରୁ ପୋକ୍ସୋ ଆଇନ ଆଧାରରେ ଦାରିଙ୍ଗବାଡ଼ି ପୁଲିସ ମାମଲା ରୁଜୁ କରି ଶିକ୍ଷକଙ୍କୁ କୋର୍ଟ ଚାଲାଣ କରିଛି ।

Comments are closed.