ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲା, ଦାରା ସିଂର ସହଯୋଗୀ ବୁଦ୍ଧଦେବ ଗିରଫ

0

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ଶିଶୁପୁତ୍ରକୁ ହତ୍ୟା ମାମଲାର ଦୀର୍ଘ ୨୦ ବର୍ଷ ପରେ ଆଉ ଜଣେ ଅଭିଯୁକ୍ତ ବୁଦ୍ଧଦେବ ନାଏକକୁ ସିବିଆଇ ଗିରଫ କରିଛି। ସେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଦାରା ସିଂର ଘନିଷ୍ଠ ସହଯୋଗୀ ବୋଲି ଜଣାପଡ଼ିଛି। ଅଭିଯୁକ୍ତ ବୁଦ୍ଧଦେବକୁ ମୟୂରଭଞ୍ଜ ଠାକୁରମୁଣ୍ଡା ଥାନା ନିଶ୍ଚିତପୁର ଗାଁସ୍ଥିତ ତା’ଘରୁ ଗିରଫ କରାଯାଇଛି। ୧୯୯୯ ଘଟଣା ପରଠାରୁ ଅଭିଯୁକ୍ତ ଜଣଙ୍କ ଫେରାର ଥିଲା ଓ ଶୁକ୍ରବାର ବିଳମ୍ବିତ ରାତିରେ  ସେ ଘରେ ଥିବା ସୂଚନା ପାଇ ସିବିଆଇ ତାକୁ ଗିରଫ କରିଛି।

Leave A Reply