୩୨କେଜିର ଗଞ୍ଜେଇ ଜବତ, ଜଣେ ଗିରଫ

ବାଲେଶ୍ବର : ବାଲେଶ୍ବର ଜିଲାର ସିମୁଳିଆ ଥାନା ଅନ୍ତର୍ଗତ ଜମଝାଡିର ଗୈଡପଡାରେ ଜଣଙ୍କ ଘରୁ ୩୨କେଜିର ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଉଛି ପର୍ଶୁରାମ ଦଳେଇ (୪୫)।
Related Posts
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳ ୬ଟା ସମୟରେ କଟକ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ଗୈଡପଡାର ପର୍ଶୁରାମ ଦଳେଇଙ୍କ ଘରେ ଚଢାଉ କରିଥିଲା। ଚଢାଉ ବେଳେ ତାଙ୍କ ଘରୁ ୩୨କେଜି ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତଙ୍କ ଗିରଫ କରିଛି। ଅଭିଯୁକ୍ତ ଗତ ଦୁଇ ଦିନ ଧରି ଗଞ୍ଜେଇ ଚାଲାଣ କରୁଥିବାର ଖବର ପାଇ ଗୁଇନ୍ଦା ବିଭାଗ ଚଢାଉ କରିଥିଲେ।
Comments are closed.