ମହିଳାଙ୍କୁ ମାଡ ମାରିବା ଅଭିଯୋଗରେ ଯୁବକ ଗିରଫ

ବିନିକା : ବିନିକାରେ ମହିଳାଙ୍କୁ ମାଡ ମାରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ବିନିକା ସ୍ଥିତ ଶାହାଜବାହାଲ ଗ୍ରାମରେ ନଳକୂପରେ ଗାଧୋଇବାକୁ କେନ୍ଦ୍ର କରି ଏହି ଗଣ୍ଡଗୋଳ ହୋଇଛି। ଜଣେ ମହିଳା ନକକୂପରେ ଗାଧୋଉ ଥିବା ବେଳେ ଯୁବକ ଜଣକ ବାଇକ ସଫା କରିବାକୁ ଜିଦ୍ କରିଥିଲେ। ମହିଳା ଜଣକ ତାହା ପ୍ରତିରୋଧ କରିବାକୁ ଯୁବକ ଜଣକ ତାଙ୍କୁ ଠେଙ୍ଗାରେ ମାଡ ମାରିବା ସହ ଗାଳିଗୁଲଜ କରିଥିବା ସୂଚନା ମିଳିଛି। ତାପରେ ଗନିଆ ଫାଣ୍ଡିରେ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତ ଯୁବକଙ୍କ ଗିରଫ କରିଛି।

Comments are closed.