ମୋବାଇଲ ଚୋରି ଘଟଣାରେ ୨ଗିରଫ

ସମ୍ବଲପୁର : ସମ୍ବଲପୁର ଜିଲାର ଧମା ଥାନା ପୁଲିସ ମୋବାଇଲ ଚୋରକୁ ଧରିବାରେ ସଫଳ ହୋଇଛି। ମୋବାଇଲ ଚୋରୀ ଘଟଣାରେ ପୁଲିସ ଜଣେ ନାବାଳକ ଓ ଜଣେ କ୍ରେତାକୁ ଗିରଫ କରିଛି। ନାବାଳକ ନିକଟରୁ ୩୩ଟି ମୋବାଇଲ, ନଗଦ ୫ହଜାର ଟଙ୍କା ଓ ବାଇକ ଜବତ ହୋଇଛି। ଏହାସହ କ୍ରେତା ହେଉଛି ବରଗଡର ଷ୍ଟେସନ ପାଖର ଚା ଦୋକାନୀ ତାରା ସାହୁ (୬୦)। ପୁଲିସ ତା ନିକଟରୁ ମଧ୍ୟ ୧୩ଟି ମୋବାଇଲ ଜବତ କରିଛି। ଏହି ମୋବାଇଲ ଚୋରି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ୨ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, ଧମା ଥାନା ଅନ୍ତର୍ଗତ ବାଦିଟିକ୍ରା ଛକରେ ଗତ ୧୦ତାରିଖ ରାତିରେ ମୋବାଇଲ ଦୋକାନ ଭାଙ୍ଗି 78 ଟି ମୋବାଇଲ ଚୋରି ହୋଇଥିଲା। ଦୋକାନୀ ମାଲିକ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ।

Comments are closed.