କୁଳଡିହା ସଂରକ୍ଷିତ ଜଙ୍ଗଲରୁ ୫ ଶିକାରୀ ଗିରଫ

ନୀଳଗିରି : କୁଳଡିହା ସଂରକ୍ଷିତ ଜଙ୍ଗଲରୁ ୫ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୧୦କେଜିରୁ ଉର୍ଦ୍ଧ୍ବ ହରିଣ ମାଂସ, କଟା ମୁଣ୍ଡ, ୨ଟି ବନ୍ଧୁକ, ଗୋଟିଏ ଧନୁତୀର ଓ ଗୋଳା ବାରୁଦ ଜବତ କରାଯାଇଥିବା ଜଣାପଡିଛି। ଗିରଫ ଶିକାରୀ ହେଲେ ଭୁଟାସିମୁଳି ଗାଁ ର ହାଡୁ ସିଂ, ବଡ଼ନାଳ ଗାଁ ର ଟେମ୍ପ ସିଂ, ତେଣ୍ଡା ଗାଁ ର ବୁଦ୍ଧିରାମ ସିଂ, ସାଇବ ସିଂ ଓ ବୁଦୁଡ଼ାହି ଗାଁ ର ରୂପା ସିଂ।

ସୂଚନାଯୋଗ୍ୟ ଯେ, ସମସ୍ତ ଶିକାରୀମାନେ ଶିକାର ସାରି ଜଙ୍ଗଲରୁ ଫେରୁଥିବା ବେଳେ ବନବିଭାଗ ଚଢାଉ କରିଥିଲା। ଚଢାଉ ବେଳେ ୮ରୁ ଉର୍ଦ୍ଧ୍ବ ଶିକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି।

Comments are closed.