ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣାରେ ୨ ଗିରଫ

କେନ୍ଦୁଝର : କେନ୍ଦୁଝର ଜିଲାରେ ଜଣେ ମହିଳା ପ୍ରାର୍ଥୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଥିଲା। ଏହି ଘଟଣାରେ ଟାଉନ ଥାନା ପୁଲିସ ୨ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବିଷ୍ଣୁଦତ୍ତ ବାରିକ ଓ ଜୟଦେବ ଗିରି। ସୂଚନାଯୋଗ୍ୟ ଯେ, ମହିଳାଙ୍କ ଭିଡିଓ ଭାଇରାଲ ନେଇ ତାଙ୍କ ମାମୁଁ ଥାନାରେ ଏତଲା ଦେଇଥିଲେ। ଏହାପରେ ପୁଲିସ ମାମଲା ରୁଜୁ ପରେ କାର୍ଯ୍ୟାନୁଷ୍ଠାନ ନେଇଛି।

Comments are closed.