ନକଲି ମଦ କାରଖାନା ଠାବ, ଦୁଇ ଗିରଫ

ବାଲେଶ୍ବର : ସିମୁଳିଆ ବାଲିଖଣ୍ଡ ସାହୁଖରଦା ଛକରେ ନକଲି ମଦ କାରଖାନା ଠାବ କରାଯାଇଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ଜଣ ହେଲେ ସାହୁଖରଦା ଛକର ସୁରେଶ ମହାନ୍ତି ଓ ରୁଦ୍ରପ୍ରକାଶ ମହାନ୍ତି। ସୂଚନାଯୋଗ୍ୟ ଯେ, କଟକ ଓ ବାଲେଶ୍ବର ଫ୍ଲାଇଂ ସ୍କ୍ବାର୍ଡ କୌଣସି ସୂତ୍ରରୁ ଖବର ପାଇ ଏହି କାରଖାନାରେ ମିଳିତ ଚଢାଉ କରିଥିଲେ। ଚଢାଉ ବେଳେ ସେଠାରୁ ବହୁ ପରିମାଣର ମଦ ସରଞ୍ଜାମ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।

Comments are closed.