ନିଖୋଜ ଛାତ୍ରୀ ଘଟଣାରେ ୫ ଗିରଫ

0

ଗଜପତି : ଗଜପତି ଜିଲା କନ୍ୟାଶ୍ରମରୁ ୨୯ ଛାତ୍ରୀ ନିଖୋଜ ଘଟଣାରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି। ନିଖୋଜ ଛାତ୍ରୀଙ୍କୁ ଅଟକ ରଖିବା ଅଭିଯୋଗରେ ଅଡ଼ବା ପୁଲିସ ଏମାନଙ୍କୁ ଗିରଫ କରିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଗତ ୨୬ ତାରିଖରେ ଛାତ୍ରୀମାନେ ହଷ୍ଟେଲରୁ ନିଖୋଜ ହେବା ପରେ ଟାଙ୍କିଲିପଦର ଗାଁ ନିକଟରେ ଥିବା କୁଡ଼ିଆରୁ ୨୭ ତାରିଖରେ ଜଣେ ଛାତ୍ରୀଙ୍କ ମୋବାଇଲ ଫୋନକୁ ପୁଲିସ ଟ୍ରାକ କରି ସେମାନଙ୍କୁ ଉଦ୍ଧାର କରିଥିଲା।

Leave A Reply