ଏଟିଏମ ଲୁଟେରା ଗିରଫ

0

ବାଲିଗୁଡ଼ା : ପେଶାଦାର ଏଟିଏମ ଲୁଟେରା ଗିରଫ ହୋଇଛି। ସାରଙ୍ଗଡ଼ ପୁଲିସ ଏହି ଲୁଟରାକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛି ଶଙ୍କରାଖୋଲର ପ୍ରଭାକର ପ୍ରଧାନ। ଲୋକଙ୍କ ଏଟିଏମ କାର୍ଡ଼ ବ୍ୟବହାର କରି ଟଙ୍କା ଲୁଟ କରୁଥିଲା। ଟଙ୍କା ଉଠାଇଦେବା ବାହାନାରେ ୧ଲକ୍ଷ ୯୦ହଜାର ଲୁଟ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ପୁଲିସ ତା’ରୁ ୧୪ଟି ଏଟିଏମ କାର୍ଡ଼ ଜବତ କରିଛି। ଅଭିଯୁକ୍ତ ପ୍ରଭାକର ପୂର୍ବରୁ ଲୁଟ ମାମଲାରେ ବ୍ରହ୍ମପୁର ଜେଲରେ ୬ମାସ ରହିଥିଲା। ଏତଦ ବ୍ୟତୀତ ତା ନାଁରେ ଗୋଳନ୍ଥରା , ଗୋପାଳପୁର ଥାନାରେ ମଧ୍ୟ ଲୁଟ ମାମଲା ରହିଛି।

Leave A Reply