ଏନକାଉଣ୍ଟରରୁ ମଦ ଲୁଟ୍‌ର ସୁରାକ ପାଇଲା ପୁଲିସ

0

ବ୍ରହ୍ମପୁର : ମଦ ବୋଝେଇ ଟ୍ରକ ଲୁଟ୍ ଅଭିଯୋଗରେ ୯ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗଞ୍ଜାମରେ ପୁଲିସ ଦ୍ବାରା କରାଯାଇଥିବା ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତ ଆହତ ହୋଇଥିଲା। ତାକୁ ଜେରା କରିବା ପରେ ମଦ ବୋଝେଇ ଟ୍ରକ ଲୁଟ୍ ଘଟଣା ବିଷୟରେ ପୁଲିସ ସୁରାକ ପାଇଥିଲା। ସେମାନଙ୍କ ନିକଟରୁ ପୁଲିସ ୨ଟି ଟ୍ରକ, ଗୋଟିଏ କାର, ଗୋଟିଏ ମାଉଜର, ୩ଟି ଗୁଳି ସମେତ ୫ଶହ ବୋତଲ ମଦ ଜବତ କରିଛି। ଗତ ୪ ତାରିଖରେ ଖଲିକୋଟର ବଡଘାଟିରୁ ଅଭିଯୁକ୍ତମାନେ ଟ୍ରକ ଲୁଟ୍ କରିଥିଲେ।

Leave A Reply